ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ଔଷଧୀୟ ବୃକ୍ଷ ରୋପଣ
Medicinal tree planting by the Green Delang Trust
ଡେଲାଙ୍ଗ ----- ଡେଲାଙ୍ଗ ବ୍ଳକ ଅନ୍ତର୍ଗତ ବୋଳକଣା ଗ୍ରାମର ସବୁଜ ଡେଲାଙ୍ଗ ଟ୍ରଷ୍ଟ ପକ୍ଷରୁ ର୍ଡପୁର ସ୍ଥିତ ଆଭା ପରିସରରେ ଔଷଧୀୟ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କ୍ୟାପଟେନ ନବୀନ ଚନ୍ଦ୍ର ଶର୍ମା ଅଁଳା ଓ ଗଙ୍ଗଶିଉଳି ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମକୁ ଆନୁଷ୍ଟାନିକ ଭାବେ ଉଦଘାଟନ କରିଥିଲେ । ଗଛ ହେଉଛି ଆମ ଜୀବନ , ଗଛ ବିନା ଏ ଜୀବଜଗତ ତିଷ୍ଟି ପାରିବ ନାହିଁ ,ସମସ୍ତେ ଗୋଟିଏ ଗୋଟିଏ ଗଛ ଲଗାଇ ଡେଲାଙ୍ଗକୁ ସବୁଜ ଡେଲାଙ୍ଗ ସୃଷ୍ଟି କରିବା ପାଇଁ ସେ ଆହ୍ୱନ ଦେଇଥିଲେ । ସବୁଜ ଡେଲାଙ୍ଗ ଟ୍ରଷ୍ଟର ପ୍ରତିଷ୍ଠାତା ତଥା ଆଇନଜୀବୀ ହୃଷୀକେସ ପାଢ଼ୀ କାର୍ଯ୍ୟକ୍ରମକୁ କୋଭିଡ ନିୟମ ଅନୁଯାୟୀ ପାଳନ କରାଯାଇଥିଲା ।ଅନ୍ୟ ମାନଙ୍କ ମଧ୍ୟରେ ସମାଜସେବୀ ଡ. କ୍ଷେତ୍ରବାସୀ ପ୍ରଧାନ, ଆଭା ଅନୁଷ୍ଠାନର ସଭାପତି ସୁଧୀର ଦାଶ, ସମ୍ପାଦକ ଦୁଯୋଧନ ପରିଡା, ଉପସଭାପତି ରାଜ କିଶୋର ପରିଡା , ସବୁଜ ଡେଲାଙ୍ଗ ଟ୍ରଷ୍ଟର ସମ୍ପାଦକ ସୋମନାଥ ସେନାପତିପ୍ରମୁଖ ଉପସ୍ଥିତ ରହିଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୩୧/୧/୨୦୨୨---୭,୪୦
Sakhigopal News, 31/1/2022