Breaking News

ସରପଞ୍ଚ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ପୂର୍ବତନ ସରପଞ୍ଚ

The former sarpanch has filed his nomination papers for the post of sarpanch.

ବଲାଙ୍ଗୀର---  ସଇଁତଲା ବ୍ଲକ ଅନ୍ତର୍ଗତ କୁଇକେଡା ପଞ୍ଚାୟତ ସରପଞ୍ଚ ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ କୁଇକେଡାର ପୂର୍ବତନ ସରପଞ୍ଚ ଦେବରାଜ ମହାନନ୍ଦ। ୧୯୮୪ ମସିହାରେ ଗୋଳବାରୁଦ କାରଖାନା ନିର୍ମାଣ କରିବାପାଇଁ ସଇଁତଲା ବ୍ଲକ ରେଙ୍ଗାଲି,ପତ୍ରାପାଲି ଓ ଡଙ୍ଗାବାହାଲ କୁ ବିସ୍ଥାପନ କରାଯାଇଥିଲା । ପରେ ଏହି ଗ୍ରାମ କୁଇକେଡା ପଞ୍ଚାୟତରେ ମିସିଥିଲା । ସେହି ସମୟରେ ଦେବରାଜ ମହାନନ୍ଦ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ସ୍ନାତକ ଡିଗ୍ରୀ କରିବା ପରେ ଛାତ୍ର ଭାବେ ଆନ୍ଦୋଳନରେ ସାମିଲ ହୋଇଥିଲେ ।  ଗରିବ, ନିଷ୍ପେସିତ  ତଥା ବାସଚୁତ୍ଯ ପରିବାର ପାଇଁ ଲଢ଼ିଥିଲେ । ପରେ ତାଙ୍କ ନେତୃତ୍ବକୁ ଦେଖି ବିସ୍ଥାପିତ ହୋଇଥିବା ଗ୍ରାମ ତଥା ପଞ୍ଚାୟତର ଆଖପାଖ ଗ୍ରାମର ଲୋକେ ଦେବରାଜ ମହାନନ୍ଦକୁ ୧୯୯୨ ମସିହାରେ ପ୍ରଥମ ଥର ପାଇଁ କୁଇକେଡାଗ୍ରାମ  ପଞ୍ଚାୟତର ସରପଞ୍ଚ ଭାବେ ମନୋନୀତ କରିଥିଲେ । ପରେ ଲଗାତାର ଭାବେ ଶ୍ରୀ ମହାନନ୍ଦକୁ କୁଇକେଡା ପଞ୍ଚାୟତ ଲୋକେ ତିନିଥର ସରପଞ୍ଚ ଭାବେ ମନୋନୀତ କରିଥିଲେ। ୨୦୧୭ ମସିହାରେ ଶ୍ରୀ ମହାନନ୍ଦ ସରପଞ୍ଚ ହୋଇ ପଞ୍ଚାୟତର ଅନେକ ବିକଶିତ କାର୍ଯ୍ୟ କରିଥିବା ନେଇ ବେଶ ଚର୍ଚ୍ଚାରେ ରହିଥିଲେ।ଚଳିତ ବର୍ଷ କୁଇକେଡା ସରପଞ୍ଚ ପଦବୀ ଆସନ ଅଣସଂରଣକ୍ଷୀତ ରହିଥିବା ବେଳେ ଦେଵରାଜ ମହାନନ୍ଦ ପୁଣିଥରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ବଲାଙ୍ଗିର ରୁ ରଞ୍ଜନ କୁମାର ବାଗ ଙ୍କ ରିପୋର୍ଟ,୨୦/୧/୨୦୨୨----୭,୫୦
 Sakhigopal News,20/1/2022

Blog Archive

Popular Posts