Breaking News

କେଦାରଶ୍ୱର ଦେବଙ୍କ ଦ୍ୱିତୀୟ ବାର୍ଷିକ ମେଳଣ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ; ଦିର୍ଘ ୭୦ବର୍ଷ ବ୍ୟବଧାନରେ ଆରମ୍ଭ ହୋଇଛି ମେଳଣ

Preparation meeting for Kedarshwar Dev's second annual festival; The fair has been going on for 70 years


ଜଟଣୀ ---- ଜଟଣୀବ୍ଲକ ଅନ୍ତର୍ଗତ ପଦନପୁର ପଞ୍ଚାୟତର ଶ୍ରୀ କେଦାରଶ୍ୱର ମହାଦେବଙ୍କ ପୀଠରେ ଚଳିତବର୍ଷ ଦ୍ୱିତୀୟ ବାଷିକୋତ୍ସବ ମେଳଣ ଲାଗି ଏକ ପ୍ରସ୍ତୁତି ବୈଠକ ସହିତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉପରବସ୍ତ-ଭୀମପୁର ମେଳଣ ପରିଷଦ ସଭାପତି ଦିବାକର ମଙ୍ଗରାଜ ଏହି ବେହଠକରେ  ସଭାପତିତ୍ୱ କରିଥିଲେ ।  ବୈଠକରେ ଆଖପାଖ ଅଂଚଳର ୧୫ଟି ଗ୍ରାମରୁ  ୩୦ରୁ ଉର୍ଦ୍ଧ୍ୱ ଅତିଥୀମାନେ ଯୋଗଦେଇଥିଲେ । ଶହଶହ  ବର୍ଷର ଏହି ମେଳଣ ଦିର୍ଘ ଦିନରୁ କୈାଣସି କାରଣରୁ ବନ୍ଦ ହୋଇଯାଇଥିଲା ।  କେଦାରଶ୍ୱର ଦେବଙ୍କ ପୀଠରେ ଦିର୍ଘ ୭୦ବର୍ଷ ବ୍ୟବଧାନପରେ ୨୦୨୧ ମସିହାରେ ପ୍ରଥମଥରଲାଗି ମେଳଣ ଆୟୋଜିତ ହୋଇଥିଲା । ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ଏହି ମେଳଣ ଆୟୋଜନ ହେବ ବୋଲି ବୈଠକରେ ନିସ୍ପତିା ହୋଇଛି । ଗତବର୍ଷ ପ୍ରଥମଥର ଲାଗି ହୋଇଥିବା ଏହି ମେଳଣରେ ଆଖପାଖ ଅଂଚଳର ୨୦ଟି ଠାକୁରଙ୍କ ବିମାନ ଯୋଗଦେଇଥିଲେ ।  ଚଳିତବର୍ଷ ୨୧ଟି ବିମାନକୁ ନେଇ ଠାକୁରଙ୍କ ମେଳଣ ଉତ୍ସବ ହେବ ବୋଲି କୁହାଯାଇଛି । ଚଳିତବର୍ଷ ୩ଦିନଧରି ଏହି ମେଳଣ ଉତ୍ସବ ଆୟୋଜନ ହେବା ସହିତ ସଂପୁର୍ଣ୍ଣ କୋଭିଡ କଟକଣା ମଧ୍ୟରେ ଆୟୋଜନ ହେବ ବୋଲି ମେଳଣ କମିଟିର ସଭାପତି କହିଛନ୍ତି । ଠାକୁରଙ୍କ ପରମ୍ପରାକୁ ବଜାୟ ରଖିବାଲାଗି ଦିର୍ଘ ୭୦ବର୍ଷ ବ୍ୟବଧାନରେ ଆୟୋଜନ କରାଯାଇଥିବା ଏହି ମେଳଣ କେବଳ ନାମସଂକୀର୍ତନ ମଧ୍ୟରେ କରାଯିବ । ଯଦି ସରକାର ଏହି କୋଭିଡ କଟକଣାକୁ ପ୍ରତ୍ୟାଖ୍ୟାନ କରିଦିଅନ୍ତି ତେବେ ଠାକୁରଙ୍କ ନିକଟରେ ଯାକଜମକରେ ଏହି ମେଳଣକୁ ଆୟୋଜନ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଛି । ଆଜିର ଏହି ମେଳଣ ଉତ୍ସବ ପ୍ରସ୍ତୁତି ବୈଠକରେ ଗତବର୍ଷ ମେଳଣ କାର୍ଯ୍ୟକ୍ରମରେ ଅତିଥଭାବେ ଯୋଗଦେଇଥିବା ୨୫ଜଣ ଅତିଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ ଜଟଣୀର ୫ଜଣ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ଆଜିର ଏହି ଦ୍ୱିତୀୟ ବାର୍ଷିକ ମେଳଣ ଉତ୍ସବ ପ୍ରସ୍ତୁତି ବୈଠକରେ ମେଳଣ କମିଟିର ସମ୍ପାଦକ ମୂରଲୀଧର ପ୍ରଧାନ, ଦୁର୍ଗାଚରଣ ପ୍ରଧାନ, ପ୍ରଶନ୍ନ କୁମାର ପାଟ୍ଟଶାଣୀ, ମାଧବ ପ୍ରଧାନ, ଉଲାସ ଚନ୍ଦ୍ର ମଙ୍ଗରାଜ, ଗଦାଧର ବଳିୟାରସିଂହ, ଗୈାରୀଶଙ୍କର ମିଶ୍ର, ଅଭିମନ୍ୟୁ ଜେନା, ଭୋଳାନାଥ ସ୍ୱାଇଁଙ୍କ ସହିତ ବିଭିନ୍ନ ଅଂଚଳରୁ ୩୦ରୁ ଉର୍ଦ୍ଧ୍ୱ ଅତିଥୀମାନେ ଯୋଗଦେଇଥିଲେ ।  ଜଟଣୀରୁ ରଙ୍‌ଗନାଥ ବେହେରାଙ୍କ ରିପୋର୍ଟ, ୨୨/୧/୨୦୨୨----୮,୫୦   Sakhigopal News, 22/1/2022


Blog Archive

Popular Posts