୪ଲିଟର ଦେଶୀ ମଦ ଜବତ; ଜଣେ ଗିରଫ
4 liters of native wine seized; One arrested
ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ଶୁକଳ ଗ୍ରାମରେ ବେଆଇନ ଭାବେ ଦେଶୀ ମଦ ବିକ୍ରୟ ହେଉଥିବା ନେଇ ସତ୍ୟବାଦୀ ପୋଲିସ କୌଣସି ସୁତ୍ରରୁ ଖବର ପାଇ ଶୁକଳ ଗ୍ରାମର ଗୁରୁ ବିଶ୍ୱାଳଙ୍କ ଠାରୁ ୪ଲିଟର ଦେଶୀ ମଦ ଜବତ କରିଛନ୍ତି । ମଦ ସହିତ ଗୁରୁଙ୍କୁ ମଧ୍ୟ ପୋଲିସ ଗିରିଫ କରି କୋର୍ଣ ଚାଲାଣ କରିଥିବା ଜଣାପଡିଛି । ସତ୍ୟବାଦୀ ଥାନାରେ ଏ ସଂକ୍ରାନ୍ତରେ ୨୧/୨୨ରେ ଏକ କେସରୁଜ କରାଯାଇଛି ବୋଲି ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି ।ଆଗାମୀ ଦିନରେ ସତ୍ୟବାଦୀରେ ଚୋରା ନିଶା କାରବାର କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ କଡା ନଜର ରଖାଯିବ ବୋଲି ଆଇଆଇସି ଶ୍ରୀ ଧଳ କହିଛନ୍ତି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୧/୨୦୨୨----୮,୧୦ Sakhigopal News, 21/1/2022