ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ସଂଗୋଷ୍ଠୀ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜଟଣୀ :- ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଗୁରୁବାର ବିଜେପି ପକ୍ଷରୁ ଜଟଣୀ ନଗର ପକ୍ଷରୁ ଜିଲ୍ଲା ସ୍ତରୀୟ ବୃତ୍ତିଗତ ସଂଗୋଷ୍ଠୀ କାର୍ଯ୍ୟକ୍ରମ ବିଜୁ ପଟ୍ଟନାୟକ ଇଣ୍ଡୋର ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସମବାୟ ଓ ହସ୍ତତନ୍ତ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଯୋଗଦେଇ କହିଲେ ଯେ ଏକ ବର୍ଷରେ ଅନେକ କ୍ଷେତ୍ରରେ ଓଡ଼ିଶାର ବିକାଶ ହୋଇଛି। ଗାଁ ଠାରୁ ସହର ପର୍ଯ୍ୟନ୍ତ ସମସ୍ତଙ୍କ ମଧ୍ୟରେ ଆଶାର ସମ୍ଭାର ସୃଷ୍ଟି ହୋଇପାରିଛି। ଅନ୍ୟତମ ଅତିଥି ଭାବେ ଜିଲ୍ଲା ବିଜେପି ସଭାପତି ବିଶ୍ୱରଞ୍ଜନ ବଡଜେନା, ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ କୁମାର ଜଗଦ୍ଦେବ, ରାଜ୍ଯ ବରିଷ୍ଠ ବିଜେପି ନେତା ସୁଦୀପ୍ତ ରାୟ,ରାଜ୍ଯ ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ରଶ୍ମୀମୟୀ ପଟ୍ଟନାୟକ, ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରବିଣା ଭଞ୍ଜଦେଓ, ଉପସଭାନେତ୍ରୀ ରୋଜିନା ରାଣୀ ଦାଶ, ପୂର୍ବତନ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର, ଅଜୟ ମିଶ୍ର, ନିକୁଞ୍ଜ ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ l ଉକ୍ତ କାର୍ଯ୍ୟକ୍ରମରେ ମନୋଜ କୁମାର ନନ୍ଦ ସ୍ୱାଗତ ଭାଷଣ ଦେଇଥିବା ବେଳେ ନଗର ବିଜେପି ସଭାପତି ତିରୁପତି ଶତପଥୀ ଧନ୍ୟବାଦ ଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ମଣ୍ଡଳ ପ୍ରତିନିଧି ପ୍ରଶାନ୍ତ ରବି ବେହେରା, ସମ୍ପାଦକ ପରେଶ ପଟ୍ଟନାୟକ ଓ ପ୍ରଦୀପ ଜେନା, ପ୍ରଶାନ୍ତ କୁମାର ପ୍ରଧାନ, ରାଜକିଶୋର ରଣସିଂହ, ପୂର୍ବତନ ନଗର ସଭାପତି ଲିଟୁ ରଞ୍ଜନ ରାଉତରାୟ ଓ ମହିଳା ମୋର୍ଚ୍ଚା ନେତ୍ରୀ ନିରୂପମା କର ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ଏହି ଅବସରରେ ଆୟୁଷ୍ମାନ ସ୍ୱାସ୍ଥ୍ୟ ବୀମା କାର୍ଡ଼ ବଣ୍ଟନ କରାଯିବା ସହ ସ୍ଥାନୀୟ ବିଜୁ ପଟ୍ଟନାୟକ ପାର୍କରେ ବୃକ୍ଷ ରୋପଣ କରାଯାଇଥିଲା l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୧୨/୬/୨୦୨୫----୯,୨୫ Sakhigopal News,12/6/2025