ଚନ୍ଦ୍ରଭାଗାରେ ସୂର୍ଯ୍ୟ ଆଳତି
କୋଣାର୍କ ----ବିଶ୍ବରେ ଶାନ୍ତି ପ୍ରତିଷ୍ଠା ଓ ଭାତୃତ୍ବ ଭାବ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଧାର୍ମିକ ଓ ଆଧ୍ୟାତ୍ମିକ ସଙ୍ଗଠନ କୋଣାର୍କ ସୂର୍ଯ୍ୟ ଆଳତି ଟ୍ରଷ୍ଟ ପକ୍ଷରୁ ଗତ ମାଘ ମେଳାରେ ଆୟୋଜିତ ହୋଇଯାଇଥିଲା ସୂର୍ଯ୍ୟ ଆଳତି କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ସବୁ ମହଲରେ ବେଶ୍ ଉଚ୍ଚ ପ୍ରଶଂସିତ ହୋଇଥିଲା । ଏହି ସଫଳତାକୁ ଦୃଷ୍ଟିରେ ରଖି ସୂର୍ଯ୍ୟ ଆଳତି ଟ୍ରଷ୍ଟର ମାର୍ଗଦର୍ଶକ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ ଓ ସଭାପତି ପ୍ରଫୁଲ୍ଲ କୁମର ପାତ୍ରଙ୍କ ନେତୃତ୍ବରେ ପ୍ରତ୍ୟେକ ମାସର ସଂକ୍ରାନ୍ତି ଓ ସ୍ବତନ୍ତ୍ର ଦିବସ ମାନଙ୍କରେ ସକଳ ଶକ୍ତିର ଆଧାର ସୂର୍ଯ୍ୟ ନାରାୟଣଙ୍କ ଉଦେଶ୍ୟ ଚନ୍ଦ୍ରଭାଗା ଠାରେ ଆୟୋଜିତ ହେଉଛି ସୂର୍ଯ୍ୟ ଆଳତି । ଏଥିପାଇଁ ଏକ ସମୟ ସାରଣୀ ପ୍ରସ୍ତୁତ କରାଯାଇଛି । ଚଳିତ ଜୁନ୍ ମାସ ୧୫ ତାରିଖ ରବିବାର ରଜ ସଂକ୍ରାନ୍ତି, ଜୁଲାଇ ମାସ ୨୦ ତାରିଖ ରବିବାର, ଅଗଷ୍ଟ ମାସ ୧୭ ତାରିଖ ରବିବାର ସିଂହ ସଂକ୍ରାନ୍ତି, ସେପ୍ଟେମ୍ବର ମାସ ୨୧ ତାରିଖ ରବିବାର ମହାଳୟା ଶ୍ରାଦ୍ଧ, ଅକ୍ଟୋବର ମାସ ୧୯ ତାରିଖ ରବିବାର,ନଭେମ୍ବର ମାସ ୧୬ ତାରିଖ ରବିବାର ବିଛା ସଂକ୍ରାନ୍ତି, ଡିସେମ୍ବର ମାସ ୨୧ ତାରିଖ ରବିବାର ଓ ସେହି ମାସର ୩୦ ତାରିଖ ମଙ୍ଗଳବାର ସାମ୍ବ ଦଶମୀ ତିଥି, ୨୦୨୬ ମସିହା ଜାନୁଆରୀ ୧୪ ତାରିଖ ବୁଧବାର ମକର ସଂକ୍ରାନ୍ତି, ଏବଂ ସେହି ମାସର ୨୫ ତାରିଖ ରବିବାର ମାଘ ମେଳାରେ ସକଳ ଶକ୍ତିର ଆଧାର ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କ ଉଦେଶ୍ୟ ଆଳତି କାର୍ଯ୍ୟକ୍ରମ ହେବା ପାଇଁ ସ୍ଥିର କରାଯାଇଛି।
ଏହି ଭବ୍ୟ ଓ ଦିବ୍ୟ ଆଧ୍ୟାତ୍ମିକ ସୂର୍ଯ୍ୟ ଆଳତି କାର୍ଯ୍ୟକ୍ରମ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗ ଦେବା ପାଇଁ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ନିବେଦନ କରିଛନ୍ତି । କୋଣାର୍କ ରୁ ଅଜିତ ମଲିକଙ୍କ ରିପୋର୍ଟ,୧୨/୬/୨୦୨୫----୭,୩୫ Sakhigopal News,12/6/2025