ବଜ୍ରକାପ୍ତା ଚୋରା ଚାଲାଣ ବେଳେ ଧରିଲା ଏସଟିଏଫ ଟିମ
The STF team arrested Bajrakapta during a smuggling operation.
ବଲାଙ୍ଗୀର---- ଏସଟିଏଫ ପଞ୍ଝାରେ ବଜ୍ରକାପ୍ତା ବ୍ଯବସାୟୀ । ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ବରଗାଁ ନିକଟରୁ ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରାଯାଇଛି । ଚୋରା ଚାଲାଣ ହେଉଥିବା ବେଳେ ଏସଟିଏଫ ଉକ୍ତ ବଜ୍ରକାପ୍ତାକୁ ଉଦ୍ଧାର କରିଛି। ଏହି ଘଟଣାରେ ବଜ୍ରକାପ୍ତା ବ୍ୟବସାୟୀ ଅଜିତ କୁମାର ବୁଡେକୁ ଗିରଫ କରିଛି ଏସଟିଏଫ। ବଜ୍ରକାପ୍ତା ଚାଲାଣ ହେଉଥିବା କୈାଣସି ସୁତ୍ରରୁ ଖବର ପାଇ ଏସଟିଏଫ ଟିମ୍ ଜଗି ରହିଥିଲେ । ବ୍ୟବସାୟୀ ଅଜିତ ଜାଣିପାରି ନଥିଲା । ଏ ଘଟଣାରେ ଅନ୍ୟ କେଉଁ ମାନେ ସମ୍ପୁକ୍ତ ଅଛନ୍ତି ତଦନ୍ତ ଜାରି ରହିଥିବା ଜଣାପଡିଛି ।
ବଲାଙ୍ଗୀରରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୧୯/୧/୨୦୨୨----୩,୩୦
Sakhigopal News,19/1/2022