Breaking News

ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ବୋଷଙ୍କ ଜୟନ୍ତୀ ପାଳିତ

The jubilee of hero Surendra Sai and Netaji Subhas Bose is being celebrated
ଭଞ୍ଜନଗର------ବୀର ସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷ ବୋଷ ଙ୍କ ଜୟନ୍ତୀ ସ୍ଥାନୀୟ ନାୟକ ଭବନ ଠାରେ ସନ୍ଧ୍ୟାରେ ପାଳିତ ହୋଇଯାଇଛି । ଅନୁଷ୍ଠିତ କାର୍ଯ୍ୟକ୍ରମରେ ସୋମନାଥ ନାୟକ ଅଧ୍ୟକ୍ଷତା କରିଥିଲେ  । ଶ୍ରମିକ ନେତା ହରେକୃଷ୍ଣ ସାହୁ ମୁଖ୍ୟ ବକ୍ତା ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ଭିତରେ ସର୍ବଶ୍ରୀ ଲଡ଼ୁକିଶୋର ପ୍ରଧାନ, ଦିଲ୍ଲୀପ କୁମାର ସାହୁ, ଅସୀମ ନାୟକ, ପ୍ରଶାନ୍ତ ଡିଗାଲ, ଚନ୍ଦ୍ର ମଣି ଆଚାରୀ, ଚିରଞ୍ଜୀବି ଦାଶ, ଅନୀଳ କୁମାର ମୁଦୁଲି, ଟୁଲୁ ଆଚାର୍ଯ୍ୟ, ଶ୍ରୀକାନ୍ତ ଶତପଥୀ, ଜଗନ୍ନାଥ ତ୍ରିପାଠୀ ସମୀର ନାୟକ ପ୍ରମୁଖ ଯୋଗ ଦେଇ ପୁଷ୍ପାଞ୍ଜଳି ଅର୍ପଣ ପୂର୍ବକ ଆଲୋଚନା ରେ ଭାଗ ନେଇଥିଲେ । ମୁଖ୍ୟ ବକ୍ତା ନିଜ ଭାଷଣ ରେ ଏଇ ଦୁଇ ବୀର ପୁରୁଷ ଙ୍କ ପ୍ରତିମୂର୍ତ୍ତି ଓଡିଶା ର ସର୍ବତ୍ର ସ୍ଥାପନ ହେବା ପାଇଁ ମତ ରଖିଥିଲେ।  ଶ୍ରୀଯୁକ୍ତ ନାୟକ ତାଙ୍କ ଅଭିଭାଷଣ ରେ କହିଥିଲେ ଏଇ ଦୁଇ ବୀର ପୁରୁଷଙ୍କ ଜୀବନୀ ଘରେ ଘରେ ପଢା ଗଲେ ଏକ ସ୍ୱାଭିମାନୀ ଓଡ଼ିଆ ଜାତିର ପୁନଃରୁଦ୍ଧାର ହେବ । ମାଗଣା ଖାଇବାକୁ ଏ ଜାତି ପଛଘୁଞ୍ଚା ଦେବ । ଶେଷରେ ଅସୀମ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୩/୧/୨୦୨୨----୯, ୨୫ Sakhigopal News,23/1/2022 

Blog Archive

Popular Posts