Breaking News

ମୁନିନ୍ଦା ପଞ୍ଚାୟତରେ ପୂର୍ବତନ ସରପଞ୍ଚ ନରେନ୍ଦ୍ର ପରିଡା ଓ11ଜଣ ୱାର୍ଡ ସଭ୍ୟସଭ୍ୟାଙ୍କ ସହିତ ପ୍ରାର୍ଥୀପତ୍ର ଦଖାଲ କଲେ

In Muninda Panchayat, former Sarpanch Narendra Parida and 11 ward members filed their nomination papers.


ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମ ପଞ୍ଚାୟତ୧୪ ଟେି ୱାର୍ଡକୁ ନେଇ ଗଠିତ । ୪୩୯୪ଜଣ ଭୋଟର ରହିଥିବା ବେଳେ ପୁରୁଷ ଭୋଟର ୨୧୬୩ ମହିଳା ଭୋଟର ୨୨୩୭ ଜଣ ରହିଛନ୍ତି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦୁତୀୟ ଦିବସରେ ମୁନ୍ଦନା ଗ୍ରାମ ପଞ୍ଚାୟତର ସମାଜସେବୀ ତଥା ପୂର୍ବତନ ସରପଞ୍ଚ ତଥା ବିଜେଡି ଦଳର ସମର୍ଥକ ଭାବେ ନରେନ୍ଦ୍ର ପରିଡା ଆଜି ତାଙ୍କର ୧୧ ଜଣ ୱାର୍ଡ ସଭ୍ୟସଭ୍ୟାଙ୍କୁ ନେଇ ପ୍ରାର୍ଥୀପତ୍ର ଦଖଲ କରିଛନ୍ତି । ରାଜ୍ୟ ସରକାରଙ୍କ କୋଭିଡ ଗାଇଡିଲାଇନ ଅନୁଯାୟୀ ପ୍ରସ୍ତବକ ଓ ସମର୍ଥକଙ୍କ ସହିତ ପ୍ରଥମେ ମୁନ୍ଦନ୍ଦା ଗ୍ରାମ ପଞ୍ଚାୟତର ତଥା ଡେଲାଙ୍ଗ ବ୍ଳକର ଆରଧ୍ୟା ଦେବତା ଅଲଉତା ଗ୍ରାମର ନୀଳକଣ୍ଠେଶ୍ୱର ଦେବଙ୍କୁ ପୂଜାର୍ଚ୍ଚନା କରିବା ପରେ ଶ୍ରୀ ପରିଡା ଦୁଇ ସେଟ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ବିଦ୍ୟାଳୟର ଶିକ୍ଷକ ସନାତନ ସ୍ୱାଇଁ ନିର୍ବାଚନ ଅଧିକାରୀ ଭାବେ ମୁନିନ୍ଦା ପଞ୍ଚାୟତରେ ନିଯୁକ୍ତି ପାଇଥିବା ବେଳେ ଜିଆରଏସ ରାଜଶ୍ରୀ ଦାଶ ସହଯୋଗ କରିଥିଲେ ।

ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୧୮/୧/୨୦୨୨---୬,୪୦  

 Sakhigopal News, 18/1/2022

Blog Archive

Popular Posts