ସତ୍ୟବାଦୀରେ 73ତମ ସାଧାରଣତନ୍ତ୍ର ଦିବସ ପାଳିତ
Satyavadi celebrates its 73rd Independence Day.
ସାକ୍ଷୀଗୋପାଳ ----- ସତ୍ୟବାଦୀରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ସବୁଠାରେ ତ୍ରିରଙ୍ଗା ପତକା ଉଡିଛି । ଗୋପବନ୍ଧୁଙ୍କ ଜନ୍ମପୀଠ ତଥା ଷଠୀଘରେ , ବକୁଳବନ, ସାମାଧିପୀଠ, କାଦୁଆ ଆଶ୍ରମ ରେଶିକ୍ଷାବିତ ସମାଜସେବୀ ଓ ଗୋପବନ୍ଧୁ ପ୍ରେମୀ ମାନେ ପୁଣାତ୍ମା ପ୍ରତିମାୂର୍ତ୍ତିରେ ମାଲ୍ୟପର୍ଣ କରି ଗୋପବନ୍ଧୁ ଅମର ରହେ ସ୍ଳୋଗାନ ଦେଇଥିଲେ । ସେହିପରି ସତ୍ୟବାଦୀ ବ୍ଳକ ପରିସରରେ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ପତକା ଉତ୍ତୋଳନ କରିଥିବା ବେଳେ, ବିଡିଓ କ୍ଷୀରୋଦ କୁମାର ବେହେରା, ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାୟକ, ବଡବାବୁ ପ୍ରଫୁଲ ବେହେରା, ଜିଲ୍ଲା ପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଦେବାଶିଷ ରାୟ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରିଣୀ ଶ୍ରୀଲକ୍ଷ୍ମୀ ବେହେରାଙ୍କ ସହିତ ବ୍ଳକ ବ୍ଳକର କର୍ମଚାରୀ ପ୍ରମୁଖ ଉପସ୍ଥିତ ରହିଥିଲେ । ତହସିଲ କାର୍ଯ୍ୟାଳୟରେ ତହସିଲଦାର ଜୟନ୍ତ କୁମାର ଜୟସିଂ ପତକା ଉତ୍ତୋଳନ କରିଥିବା ବେଳେ ସତ୍ୟବାଦୀ ଥାନାରେ ଆଇଆଇ,ସି ଦିଲ୍ଲିପ କୁମାର ଧଳ ,ସେହିପରି ପତଞ୍ଜଳି ଯୋଗ ସମିତି ପକ୍ଷରୁ ଜିଲ୍ଲା ପରିଷଦ ସଭ୍ୟ ତଥା ଅନୁଷ୍ଠାନର ସଭାପତି ପ୍ରହଲ୍ଲାଦ ଘଟୁଆରୀ ପତକା ଉତ୍ତୋଳନ କରିଥିଲେ । ମନ୍ଦିର କାର୍ଯ୍ୟନିବାର୍ହୀ ଅଧିକାରୀ ବସନ୍ତ କୁମାର ପ୍ରଧାନ, ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟ ପରିସରରେ ହିସାବ ନୀରିକ୍ଷକ ଜଗତଜ୍ୟୋତି ସାହୁ,
ସରକାରୀ ବାଳିକା ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ପଣ୍ଡା, କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳର ପ୍ରଧାନ ଶିକ୍ଷକ ବସନ୍ତ କୁମାର ମିଶ୍ର ଓ ନୀଳାଚଳ କୃଷକ ମହାସଂଘ ସତ୍ୟବାଦୀ କାର୍ଯ୍ୟାଳୟ ଠାରେ ସତ୍ୟବାଦୀ ବ୍ଳକ ସଭାପତି ଶୁଶାନ୍ତ କୁମାର ଶତପଥି ପତାକା ଉତ୍ତୋଳନ କରିଥିଲେ । ସେହିପରି ସରକାରୀ ଓ ବେସରକାରୀ ବିଭିନ୍ନ ବିଦ୍ୟାଳୟ , ମହାବିଦ୍ୟାଳୟ ,କାର୍ଯ୍ୟାଳୟ . କ୍ଳବ, ରେଲୱ, ଡାକଘର, ଦମକଳ କାର୍ଯ୍ୟାଳୟ, ି ଓ ସଂଗୀତ ମହାବିଦ୍ୟାଳୟ, ଅନୁଷ୍ଠାନ ଗୁଡିକରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।
ସାକ୍ଷୀଗେ।।ପଳରୁ ଧୀରେନ୍ଦ୍ର ସେନାପତି, ୨୭/୧/୨୦୨୨---୪,୪୦