Breaking News

ସତ୍ୟବାଦୀ ବ୍ଳକରେ 3ୟ ଦିନରେ 306ଜଣ ପ୍ରାର୍ଥୀପତ୍ର ଦାଖଲ କଲେ

In the Satyavadi block, 306 candidates filed their nomination papers on the third day

ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକରେ ପଞ୍ଚାୟତ ନିର୍ବାଚନର ତୁତୀୟ ଦିବସରେ ୩୦୬ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ୨୧୯ ଜଣ ୱାର୍ଡ ସଭ୍ୟସଭ୍ୟା,୪୪ ଜଣ ସରପଞ୍ଚ, ୪୩ ଜଣ ସମିତିସଭ୍ୟସଭ୍ୟା ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ନେଇ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । ଦୁତୀୟ ଦିନରେ ୪୩ ଜଣ ପ୍ରାର୍ଥୀପତ୍ର ଦାଖଲ ହୋଇଥିବା ଜଣାପଡିଛି । ସେମାନଙ୍କ ମଧ୍ୟରୁ ୩୬ଜଣ ୱାର୍ଡ ସଭ୍ୟ ସଭ୍ୟା , ୪ ଜଣ ସରପଞ୍ଚ ଓ ୩ଜଣ ସମିତିସଭ୍ୟସଭ୍ୟା ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ପ୍ରଥମ ଦିନରେ ୫୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ୧୦ ଜଣ ସରପଞ୍ଚ ଓ ୭ ଜଣ ସମିତିସଭ୍ୟସଭ୍ୟା ଦାଖଲ କରିଥିବା ବେଳେ ୩୭ ଜଣ ୱାର୍ଡ ସଭ୍ୟସଭ୍ୟା ପ୍ରଥମ ଦିନରେ ପ୍ରାର୍ଥୀପତ୍ର ଦାଖଲ କରିଥଲେ । ଦୁଇ ଦିନରେ ୯୭ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ୩ୟ ଦିନରେ ୩୦୬ ଜଣ ପ୍ରାଥ୍ରୀପତ୍ର ଦାଖଲ କରିଥିବା ଜଣାପଡିଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୯/୧/୨୦୨୨---୧୦,୧୦

Sakhigopal News, 19/1/2022

Blog Archive

Popular Posts