Breaking News

ଦୁଇ ମୋବାଇଲି ଲୁଟେରା ଗିରଫ

 Two mobile robbers arrested.

ସାକ୍ଷୀଗୋପାଳ,-----ଦୁଇଜଣ ମୋବାଇଲି ଲୁଟେରାଙ୍କୁ କାବୁ କରିଛି ସତ୍ୟବାଦୀ ପୋଲିସ । ସେମାନେ ୩୧୬ନଂ ଜାତୀୟ ରାଜପଥ , ବାଇପାସ ରାସ୍ତା  ଉପରେ ମୋବାଇଲି ଲୁଟେରା ଭାବେ ବେଶ ପରିଚିତ ।  ସତ୍ୟବାଦୀ ଥାନା ସୁତ୍ରରୁ ପ୍ରକାଶରେ ଯେ ସତ୍ୟବାଦୀ ଥାନା ଅନ୍ତର୍ଗତ ବାରମାଣ ସାହିର କାହ୍ନା ରଉତ ମଟରସାଇକେଲ ଯୋଗେ ସାକ୍ଷୀଗୋପାଳରୁ ପିପିଲି ଯାଉଥିଲେ । ଯିବା ବାଟରେ ଫୋନ ଯୋଗେ କଥା ବାର୍ତ୍ତା ହୋଇ ଯାଉଥିଲେ । ହଠାତ  ଦୁଇ ଜଣ ଯୁବକ ଆସି କାହ୍ନା ଠାରୁ ପଟ୍ଟନାୟକିଆ ଠାରୁ ମୋବାଇଲି ଲୁଟ କରିବା ପାଇଁ ଉଦ୍ଦ୍ୟମ କରିଥିଲେ । ମାତ୍ର କାହ୍ନରୀ ପାଟିଶୁଣି ଲୋକମାନେ ପଳାଇ ଆସିବାରୁ ସୌମ୍ୟ ରାଉତ ଖସି ପଳାଇଥିଲା । ଅନ୍ୟ ଜଣେ ଯୁବକ ରାକେଶ ନାୟକ ଲୋକମାନଙ୍କ ହାତରେ ଧରାପଡିଯାଇଥିଲା । ପୋଲିସ ଖବର ପାଇ ପଟ୍ଟନାୟକିଆ ଠାରେ ପହଞ୍ଚ ରାକେଶକୁ ଆଣିବା ପରେ  ରାକେଶ ସବୁ କଥା ମାନିଯିବା ସହ ସୌମ୍ୟ ରାଉତ ଠିକଣା ଓ ଏହି ମୋବାଇଲି ଲୁଟ ଘଟଣାରେ ଜଡିତ ବୋଲି କହିଥିଲା । ସତ୍ୟବାଦୀ ପୋଲିସ ୨୪/୨୨ରେ ଏକ କେସରୁଜ କରି ଦୁଇଜଣଙ୍କୁ କୋର୍ଟ ଚାଲାଣ କରିଥିବା ଥାନା ଆଇଆଇସି ଦୀଲ୍ଲିପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି ।   

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧/୨୦୨୨---୭,୦୫ 

  Sakhigopal News, 24/1/2022

Blog Archive

Popular Posts