ପଞ୍ଚାୟତ ନିର୍ବାଚନରେ ଆଦିବାସୀ ମାନଙ୍କ ସଂରଣକ୍ଷ ଦାବିନେଇ ସଇଁତଲାରେ ବିକ୍ଷୋଭ ପ୍ରଦର୍ଶନ
Demonstrations in Saintala demanding protection of tribals in panchayat elections.
ବଲାଙ୍ଗୀର----ଆଗାମୀ ପଞ୍ଚାୟତ ନିର୍ବାଚନରେ ଆଦିବାସୀ ମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ସଂରକ୍ଷଣ ଦାବିକୁ ନେଇ ସଇଁତଲା ରେ ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଯାଇଛି । ଏହାକୁ ନେଇ ସାରା ରାଜ୍ୟରେ ନିଆଁ ଜଳୁଥିବା ବେଳେ ଆଜି ସଇଁନ୍ତଲା ଆଦିବାସୀ ସଂଘ ପକ୍ଷରୁ ସ୍ଥାନୀୟ ଡାକ ବଙ୍ଗଳାରୁ ଏକ ବିରାଟ ଶୋଭାଯାତ୍ରାରେ ଆଦିବାସୀଙ୍କ ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ଜାତୀୟ ରାଜପଥ ୨୬ ଉପରେ ଶୋଭାଯାତ୍ରା ବାହାରି ସ୍ଥାନୀୟ ବ୍ଲକ କାର୍ଯ୍ୟଳୟ ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।ସଇଁତଲା ବସଷ୍ଟାଣ୍ଡରେ ଲାଗିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ମହିଳା ଓ ଶିଶୁବିକାଶ ମନ୍ତ୍ରୀ ଟୁକୁନି ସାହୁ,ସଇଁତଲା ପଞ୍ଚାୟତ କାର୍ଯ୍ୟଳୟ ସ୍ଵମ୍ଭୁଖରେ ଲାଗି ଥିବା ମୁଖ୍ୟମନ୍ତ୍ରୀଙ୍କ ହୋଡିଂ ଓ ବ୍ଲକ କାର୍ଯ୍ୟଳୟ ପରିସରରେ ଲାଗି ଥିବା ହୋଡିଂକୁ ମଧ୍ୟ ଫାଡ଼ି ଥିଲେ।ପରେ ଆଦିବାସୀ ମାନେ ସରକାରୀ ବିରୋଧୀ ନାରା ବାଜି କରି ବ୍ଲକ କାର୍ଯ୍ୟଳୟ ସମ୍ଭୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲାପାଳଙ୍କ ଉଦ୍ଧେଶ୍ୟରେ ସଇଁତଲା ବିଡ଼ିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ।
ବଲାଙ୍ଗୀରରୁ ରଞ୍ଜନ କୁମାର ବାଗଙ୍କ ରିପୋର୍ଟ,୫/୧/୨୦୨୨---୫,୧୦
Sakhigopal News,5/1/2022