ରେଳପଥ ଶ୍ରମିକ ୟୁନିୟନ ଦ୍ୱାରା ଅର୍ବାନ ବ୍ୟାଙ୍କ ଦୁର୍ନିତୀକୁ ନେଇ ଶ୍ରମିକ କଂଗ୍ରେସର ଅଭିଯୋଗ, ସାମ୍ବାଦିକ ସମ୍ମିଳନୀ
Workers 'Congress alleges Urban Bank corruption by Railway Workers' Union, press conference୍
ଜଟଣୀ----- ଖୋର୍ଦ୍ଧାରୋଡ ରେଳମଣ୍ଡଳରେ ଅବସ୍ଥିତ ଅବିଭକ୍ତ ଦକ୍ଷିଣ-ପୁର୍ବରେଳପଥ କୋପରିଟିଭ ଅର୍ବାନ ବ୍ୟାଙ୍କ ଏସିଆର ଦ୍ୱିତୀୟ ବୃହତମ ଏବଂ ପୁରାତନ ବ୍ୟାଙ୍କ । ଏହା କେବଳ ରେଳପଥ କର୍ମଚାରୀମାନଙ୍କଲାଗି ଉର୍ଦ୍ଧିଷ୍ଟ ଅଟେ । ଉକ୍ତ ଅର୍ବାନ ବ୍ୟାଙ୍କର ଗ୍ରାହକଙ୍କ ସଂଖ୍ୟା ୧ଲକ୍ଷ ୪୨ହଜାର ୪୫୦ଜଣ । ଏହା ୧୯୦୯ମସିହାରୁ କାର୍ଯ୍ୟାଳୟ ଖୋଲାଯାଇ ଉତମ ସେବା ଯୋଗାଇ ଆସୁଥିଲା । ତେବେ ଏହି ବ୍ୟାଙ୍କ ଚଳାଇବାଲାଗି ନିର୍ବାଚନ କରାଯାଇଥାଏ । ହେଲେ ୨୦୧୫ ମସିହାଠାରୁ ରେଳପ୍ରଶାସନ ଏହି ନିର୍ବାଚନରେ ଅଟକ ଲାଗାଇଥିଲେ । ତେଣୁ ପୁର୍ବନିର୍ବାଚିତ ନିର୍ଦ୍ଧେଶକଙ୍କ ଦ୍ୱାରା ଏହି ବ୍ୟାଙ୍କ ପରିଚାଳିତ ହୋଇଆସୁଥିଲା । ଏନେଇ ସିପିଓଙ୍କ ପ୍ରତିଶୃତିରେ ସମିତିର ମୂଖ୍ୟ ପରିଚାଳକ ୨୦୧୫ ଜାନୁୟାରୀ ୧୯ ତାରିଖରେ ନିର୍ବାଚନଲାଗି ବିଜ୍ଞପ୍ତି ପ୍ରକାଶ କରିଥିଲେ । ନିର୍ବାଚନଲାଗି ତାରିଖ ଚୁଡାନ୍ତ କରାଯାଇଥିବା ବେଳେ ଏହି ସମୟରେ ଶ୍ରମିକ କଂଗ୍ରେସର ୨ଟି ଭିନ୍ନଭିନ୍ନ ଗୋଷ୍ଠୀ ଚକ୍ରାନ୍ତକରି ଅଲିପୁର ଓ କୋଲକାତାର ମାନ୍ୟବର ସିଭିଲ କୋର୍ଟରେ ନିର୍ବାଚନ ବନ୍ଦଲାଗି ମାମଲା ଦାୟର କରିଥିଲେ । ଏନେଇ ସେଣ୍ଟାଲ କୋପରେଟିଭ ସୋସାଇଟି(ଭାରତ ସରକାର)ଙ୍କୁ ୨୦୧୬ ଫେବୃୟାରୀ ୨୫ ତାରିଖ ସୁଧା କ୍ରମାଗତଭାବେ ସୂଚିତ କରାଯାଇଥିଲା । ତେବେ ଏନେଇ ନାଗପୁରସ୍ଥିତ ମାନ୍ୟବର ଉଚ୍ଚନ୍ୟାୟାଳୟ ନିର୍ଦ୍ଧେଶନୁଯାୟୀ ସମବାୟ ସମିତିର କେନ୍ଦ୍ରୀୟ ରେଜିଷ୍ଟାର(କୃଷି ମନ୍ତ୍ରାଣଳୟ ଏବଂ କୃଷକ କଲ୍ୟାଣ) ବିଭାଗ ପକ୍ଷରୁ ରିଟରିଂ ଅଫିସର ନିଯୁକ୍ତ କରି ନିର୍ବାଚନ ପରିଚାଳନା ଓ ପରିଚାଳକ ନିଯୁକ୍ତ କରିବାକୁ ୨୦୨୦ ଜୁଲାଇ ୨୦ ତାରିଖରେ ନିର୍ଦ୍ଧେଶ ଦେଇଥିଲେ । ଫଳରେ ନିର୍ବାଚନ ପ୍ରକ୍ରିୟା ତ୍ୱରାନିତ କରାଯାଇ ସମିତି କାର୍ଯ୍ୟକାରୀ ହେଉ । ମାତ୍ର ଏହି ସମୟରେ ମହାମାରୀ କରୋନା ସଂକ୍ରମଣ ରହିଥିବା ଯୋଗୁଁ ନିର୍ବାଚନକୁ ସାମୁହିକଭାବେ ବନ୍ଦ କରାଯାଇଥିଲା । ପରବର୍ତି ସମୟରେ ଅର୍ଥାତ ୨୦୨୧ ନଭେମ୍ବର ୨୬ ତାରିଖରେ ନିର୍ବାଚନ ପରିଚାଳକ ନିର୍ବାଚନ ପାଇଁ ୨୦୨୨ ଜାନୁୟାରୀ ୧୯ଓ ୨୦ ତାରିଖ ଧାର୍ଯ୍ୟକରି ପ୍ରସ୍ତୁତ ହେଉଥିବା ବେଳେ ଶ୍ରମିକ କଂଗ୍ରେସ ପୁନର୍ବାର ମାମଲା ରୁଜୁକରି ନିର୍ବାଚନ ରଦ୍ଧ କରିବାକୁ ଆଇନର ଆଶ୍ରୟ ନେଇଛନ୍ତ ୍ୱନମୁଖୀ ବ୍ୟାଙ୍କରେ ଚାଲିଛି । ଏହି ଅଭିଯୋଗ ଶ୍ରମିକ କଂଗ୍ରେସର ଭିତିହୀନ ବୋଲି ଶ୍ରମିକ ୟୁନିୟନର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ପାଟ୍ଟଶାଣୀ ଶୁକ୍ରବାର ଆୟୋଜିତ ଶ୍ରମିକ ୟୁନିୟନର ସାମ୍ବାଦିକ ସମ୍ମିଳନୀରେ ମତପୋଷଣ କରିଛନ୍ତି । ଶ୍ରମିକ କଂଗ୍ରେସ ଆହୁରି ଅଭିଯୋଗ କରି କହିଛି ଯେ, ସେୟାର ହୋଲଡରମାନେ ଠିକ ସମୟରେ ସେମାନଙ୍କ ଅର୍ଥ ପାଇପାରୁ ନାହାନ୍ତି । ମାତ୍ର ଏହାର ଯବାବରେ ଶ୍ରମିକ ୟୁନିୟନ ଯୁକ୍ତିବାଢି କହିଛି ଯେ, ସେୟାରହୋଲଡରମାନଙ୍କୁ ସେମାନଙ୍କ ଅର୍ଥନେଣଦେଣରେ କେବେ ହେଲେ ସମସ୍ୟା ନାହିଁ । ସେହିପରି ସୋସାଇଟିର ଆୟବ୍ୟୟ ଉପରେ ଅଭିଯୋଗ କରୁଛନ୍ତି । ହେଲେ ସୋସାଇଟି ଆୟବ୍ୟୟର ହିସାବ କେନ୍ଦ୍ରୀୟ ହିସାବ ରକ୍ଷକ ଓ ଭାରତ ସରକାରଙ୍କ ଆୟକର ବିଭାଗ(ନୂଆ ଦିଲ୍ଲୀ)କୁ ସୂଚିତ କରୁଛି । ବ୍ୟାଙ୍କରେ କ୍ଲକ ନିଯୁକ୍ତ ବେଆଇନଭାବେ କରାଯାଉଥିବା ଅଭିଯୋଗକୁ ଖଣ୍ଡନକରି ଶ୍ରମିକ ୟୁନିୟନ କହିଛିଯେ, ଜୁନିୟର କ୍ଲର୍କ ନିଯୁକ୍ତପାଇଁ ଉକ୍ତ ଅର୍ବାନବ୍ୟାଙ୍କ ସେୟାରହୋଲଡର ପରିବାରର ପିଲାମାନଙ୍କ ମଧ୍ୟରେ ପ୍ରତିଯୋଗୀତା କରାଯାଇ ନିଯୁକ୍ତି ପ୍ରଦାନ କରାଯାଇଥିଲା । ଅନ୍ୟପଟେ ଉକ୍ତ ଅର୍ବାନବ୍ୟାଙ୍କ ଅର୍ଥ ଅନିୟମିତତାକୁ ନେଇ ଆରବିଆଇ, ଆଇଟି, ଏମଏସସିଏସ କର୍ତୃପକ୍ଷଙ୍କଠାରୁ କୈାଣସି ଅଭିଯୋଗ ନଥିବା ବେଳେ ଶ୍ରମିକ କଂଗ୍ରେସ କେବଳ ସଂଗଠନ ମଜବୁତ କରିବାଲାଗି ସେୟାରହୋଲଡରମାନଙ୍କୁ ଭ୍ରାନ୍ତ ସୁଚନାଦେଇ ଭ୍ରମିତ କରୁଛି । ଅର୍ବାନବ୍ୟାଙ୍କର ଆକାଉଂଟସ ୨୦୨୦ ଓ ୨୦୨୧ ଆର୍ଥିକ ବର୍ଷରେ ଅଡିଟ ମଧ୍ୟ ହୋଇ ସାରିଛି । ଶ୍ରମିକ କଂଗ୍ରେସ କେବଳ ଭୋଟ ଏବଂ କ୍ଷମତା ପାଇଁ ମିଥ୍ୟା ଅଭିଯୋଗ କରୁଛ. ଯଦି ଶତସାହାଶ ଅଛି ତେବେ ଶ୍ରମିକ ୟୁନିୟନର ପ୍ରତିଟି ସୁଚନାକୁ ଚ୍ୟାଲେଜଂ କରି ଦେଖାଉ ବୋଲି ସାଧାରଣ ସମ୍ପାଦକ ଶ୍ରୀ ପାଟ୍ଟଶାଣୀ କହିଛନ୍ତି । ଅନ୍ୟପକ୍ଷରେ ଶ୍ରମିକ କଂଗ୍ରେସ ସମୟରେ ହୋଇଥିବା ଜିଏମ କୋଟା ନିଯୁକ୍ତିରେ ମହାଦୁର୍ନିତୀକୁ କେଉଁ ଉଦ୍ୟେଶ୍ୟରେ ପ୍ରଚାରପ୍ରସାର କରୁନାହାନ୍ତି ବୋଲି କହିଛନ୍ତି । ୨୦୦୪ ମସିହାରୁ ବର୍ତମାନ ପର୍ଯ୍ୟନ୍ତ ଜିଏମ କୋଟାରେ ପୁର୍ବତଟ ରେଳପଥରେ ଶ୍ରମିକ କଂଗ୍ରେସରୁ ଯେତେ ନିଯୁକ୍ତି ପାଇଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ସେମାନଙ୍କର ପରିଚୟପତ୍ର, ପ୍ରମାଣପତ୍ର, ବୟସ ସୀମା ଇତ୍ୟାଦି ନକଲି ପତ୍ରରେ ଦେଇଛନ୍ତି । ତେଣୁ ଏହାର ଏକ ବିଦ୍ଧିବଦ୍ଧ ତଦନ୍ତ କରିବାକୁ ଶ୍ରମିକ ୟୁନିୟନ ଦାବି କରିଛି ବୋଲି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅର୍ବାନବ୍ୟାଙ୍କର ପୁର୍ବତନ ଉପାଧ୍ୟକ୍ଷ ଇୟୁ ଇଶ୍ୱର ରାଓ ଓ ବିବି ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହିଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୨୮/୧/୨୦୨୨---୪,୧୦
Sakhigopal News, 28/1/2022