Breaking News

ସରିଲା ନାମାଙ୍କନ ପତ୍ର ଦାଖଲ. ଭଂଜନଗର ଉପଖଣ୍ଡର 26 ଟି ଜିଲ୍ଲାପରିଷଦ ଆସନ ପାଇଁ 99ଜଣ ପ୍ରାର୍ଥୀ ପତ୍ର ଦାଖଲ କଲେ

Submission of nomination papers is over. 99 candidates have filed nominations for 26 district council seats in Bhanjanagar sub-division.
ଭଞ୍ଜନଗର--- ନାମାଙ୍କନ ଦାଖଲର ଶେଷ ଦିନରେ , ଗଂଜାମ ଜିଲ୍ଲାର ଭଂଜନଗର ଉପଖଣ୍ଡର ୭ ଟି ବ୍ଳକର ୨୬ ଟି ଜିଲ୍ଲାପରିଷଦ ଜୋନ୍ ପାଇଁ ୪୮ ଟି ନାମାଙ୍କନ ପତ୍ର ଦାଖଲ ହୋଇଛି । ଆଜି ପର୍ଯ୍ୟନ୍ତ ସମୁଦାୟ ୯୯ ଜଣ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଭଂଜନଗର ଉପଖଣ୍ଡର ଜଗନ୍ନାଥପ୍ରସାଦ , ଭଂଜନଗର , ବେଲଗୁଣ୍ଠା , ବୁଗୁଡ଼ା , ଆସିକା , ଧରାକୋଟ ଓ ସୋରଡ଼ା ବ୍ଳକର ବିଭିନ୍ନ ଦଳ ସମର୍ଥିତ ପ୍ରାର୍ଥୀ ମାନେ କୋଭିଡ୍ କଟକଣା ମଧ୍ୟରେ , ଭଂଜନଗର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ନିଜ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଏନେଇ ଉପଖଣ୍ଡ ପୋଲିସ ପକ୍ଷରୁ ସହରର ବିଭିନ୍ନ ପ୍ରବେଶ ପଥ ଓ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ କୋଭିଡ୍ କଟକଣା ପ୍ରତି ଗୁରୁତ୍ବ ଦିଆଯାଇଥିଲା । ସେହିଭଳି ବେଲଗୁଣ୍ଠା ବ୍ଳକ ର ୧୮ ପଞ୍ଚାୟତ ପାଇଁ ସରପଞ୍ଚ , ସମିତି ସଭ୍ୟ ଓ ଓ୍ବ।ର୍ଡ ସଭ୍ୟ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ ହୋଇଛି ‌। ବିଭିନ୍ନ ପଞ୍ଚାୟତରେ ସମୁଦାୟ ୬୫ ଜଣ ସରପଞ୍ଚ ଓ ୫୯ ଜଣେ ସମିତି ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହା ସହ ୫୪୬ ଜଣ ଓ୍ବାର୍ଡ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ବ୍ଳକ୍ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି । ଶନିବାର ଦିନ ପ୍ରାର୍ଥୀ ପତ୍ର ଯାଞ୍ଚ ଓ ୨୫ ତାରିଖ ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ପରେ ଚୁଡାନ୍ତ ତାଲିକା ପ୍ରକାଶ ପାଇବ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୧/୨୦୨୨----୯,୨୫ Sakhigopal News,21/1/2022

Blog Archive

Popular Posts