ଗାଁ ଗାଁ ରେ ପୋଲିସ ର ପଇଁତରା .. ନିର୍ବାଚନ ପୂର୍ବରୁ ପୋଲିସ ର ସଜବାଜ
The poison in village village in the village .. the arrangement of the police prior to election.
ଭଞ୍ଜନଗର-ଆଗକୁ ପଞ୍ଚାୟତ ନିର୍ବାଚନ , ସରଗରମ ହେଲାଣି ଗାଁ ରାଜନୀତି । ମୁକ୍ତ ଏବଂ ଅବାଧ ନିର୍ବାଚନ ପରିଚାଳନା ପାଇଁ ପୋଲିସ ଏବେଠାରୁ ସଜାଗ ହେଲଣି । ଅସାମାଜିକତତ୍ବ କୁ ଦମନ କରିବା ସହ ଅପରାଧ ଓ ଅପରାଧୀ ମୁକ୍ତ ନିର୍ବାଚନ ପରିଚାଳନା ଉପରେ ଗୁରୁତ୍ବ ଦେବା ଆରମ୍ଭ କରିଛି ପୋଲିସ । ଏ ବାବଦରେ ଭଂଜନଗର ଥାନା ପୋଲିସ ଶୁକ୍ରବାର ଅପରାହ୍ନରେ ଆରମ୍ଭ କରିଛି , ଗାଁ ଗାଁ ରେ ଆଗୁଆ ପ୍ରହରା । ଏ ନେଇ ଭଂଜନଗର ଥାନା ପକ୍ଷରୁ ଉତ୍ତେଜନା ଓ ଅତି ଉତ୍ତେଜନା ପ୍ରବଣ ଥାନା ଚିହ୍ନଟ ହେବା ସହ , ଅସାମାଜିକ ଓ ଅପରାଧୀ ଙ୍କ ଉପରେ ନଜର ରଖିବା ଆରମ୍ଭ କରିଛି ପୋଲିସ ।
ଆଗୁଆ ପଦକ୍ଷେପ ସଦୃଶ ,ଭଂଜନଗର ଥାନା ଅଞ୍ଚଳରେ ୨୫୩ ଜଣଙ୍କୁ ୧୦୭ କେଶ୍ , ୫ ଜଣଙ୍କୁ ୧୧୦ କେଶ୍ , ପଳାତକ ମାମଲା ରେ ୮୨ ଜଣଙ୍କୁ ନେଟିସ୍ ଏବଂ ୧୭ ଜଣଙ୍କ ଜାମିନ୍ ଖାରଜ ନୋଟିସ ଦେଇଛି ପୋଲିସ । ସେହିଭଳି , ଗାଙ୍ଗପୁର ଥାନା ଅଞ୍ଚଳରେ ୨୭୬ ବୁଥ୍ କରାଯାଇଥିବା ବେଳେ , ୫୦ ଟି ବୁଥ୍ କୁ ଉତ୍ତେଜନା ପ୍ରବଣ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ଲାଇସେନ୍ସ ବନ୍ଧୁକ ରଖିଥିବା ୨୫ ଜଣଙ୍କୁ ନେଟିସ୍ କରାଯାଇଥିବା ବେଳେ , ୫ଜଣ ଲାଇସେନ୍ସ ବନ୍ଧୁକ କାରୀ , ସେମାନଙ୍କ ବନ୍ଧୁକ ଥାନାରେ ଜିମା ଦେଇଛନ୍ତି । ଏନେଇ ଥାନା ପକ୍ଷରୁ ଶୁକ୍ରବାର ସଂଧ୍ୟାରେ ଗାଙ୍ଗପୁର , ପାଇଲିପଡା , କେ. ନୂଆଗଡ ଗାଁ ରେ ପୋଲିସ ଫୋର୍ସ ଫ୍ଳାଗ୍ ମାର୍ଚ୍ଚ କରିଛନ୍ତି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୮/୧/୨୦୨୨---- ୫,୧୦
Sakhigopal News,28/1/2022