ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଧାର
The woman's body was found hanging
ଭଞ୍ଜନଗର---ସ୍ଥାନୀୟ ଥାନା ଅଧିନ ମୁଜାଗଡ଼ ଗ୍ରାମ ରେ ଜଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୋଲିସ।ମୃତକ ଜଣକ ହେଲେ ମୁଜାଗଡ଼ ବାସିନ୍ଦା ଗଣେଶ ନାଇକ ଙ୍କ ପତ୍ନୀ ଖୁସି ସାହୁ (୨୦)।ସୂଚନା ପ୍ରକାରେ ଖୁସି ଗତ କିଛି ଦିନ ତଳେ ଗଣେଶଙ୍କୁ ପ୍ରେମ ବିବାହ କରିଥିଲେ।କିନ୍ତୁ ଆଜି ସକାଳ ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ଖୁସି ଘରର ଠାକୁର ଘରେ ରସି ଲଗାଇ ଆତ୍ମହତ୍ୟା କରିଥିଲେ।ଖୁସି ପ୍ରେମ ବିବାହ କରିଥିବାରୁ ମୃତ୍ୟୁ ଖବର ପାଇ ମଧ୍ୟ ବାପା ଘର ଲୋକ ଆସିନଥିବା ବେଳେ ଶବ ଟି ଗ୍ରାମରେ ୪ରୁ୫ ଘଣ୍ଟା ପଡିରହିଥିଲା। ସନ୍ଧ୍ୟା ସମୟରେ ଗ୍ରାମରେ ଉତେଜନା ପ୍ରକାଶ ପାଇବା ପରେ ପୋଲିସ ଶବ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲ କୁ ପଠାଇଥିବା ପୁଲିସ ସୁତ୍ରରୁ ଜଣାପଡିଛି ।ଖୁସିର ଆମ୍ରହତ୍ୟା ର ସଠିକ କାରଣ ଜଣାପଡିନାହିଁ । ପୋଲିସ ତଦନ୍ତ ଜାରି ରଖିଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୧/୧/୨୦୨୨----୯,୨୦
Sakhigopal News,21/1/2022