Breaking News

28 ବର୍ଷ ପରେ ୱାରେଣ୍ଟି ଗିରଫ

Warranty arrested 28 years later

ସାକ୍ଷୀଗୋପାଳ--- ୨୮ ବର୍ଷ ପରେ ଜଣେ ୱାରେଣ୍ଟ ଗିରଫ ହୋଇଛନ୍ତି । ତାଙ୍କ ଘର କାଞ୍ଜିଆ ଗ୍ରାମର । ତାଙ୍କ ନାମ ମଙ୍ଗୁଳି ପାଣି । ତାଙ୍କ ନାମରେ ୧୯୯୪ ମସିହାରୁ ୱାରେଣ୍ଟ ରହିଥିଲା ବୋଲି ସତ୍ୟବାଦୀ ଥାନା ପକ୍ଷରୁ ଜଣାପଡିଛି । ସେହିପରି ବିଶ୍ୱନାଥପୁର ଦଳିତ ବସ୍ତିର ୨୦୨୦ ମସିହାରୁ ଭୀମସେନ ଭୋଇଙ୍କ ନାମରେ ୱାରେଣ୍ଟି ରହିଥିବାରୁ ତାଙ୍କୁ ଗିରଫ କରାଯାଇଛି । ବୀରରାମଚନ୍ଦ୍ରପୁର ଦଳିତ ବସ୍ତିର ଶଙ୍କର ଭୋଇ ୨୦୧୩ ମସିହାରୁ ତାଙ୍କ ନାମରେ ୱାରେଣ୍ଟ ରହିଥିଲା । ତିନିଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥବା ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୮/୧/୨୦୨୨---୧୦,୧୫

Sakhigopal News, 28/1/2022


Blog Archive

Popular Posts