ଜଟଣୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ତୃତୀୟ ଦିନରେ ୧୮୦ଜଣ ପ୍ରାର୍ଥୀପତ୍ର ଦାଖଲ
Jatani three-tier panchayat elections: 180 candidates filed on the third day.
ଜଟଣୀ----- ଜଟଣୀ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ୧୫ଟି ପଞ୍ଚାୟତର ନାମାଙ୍କନପତ୍ର ଦାଖଲର ତୃତୀୟ ଦିନରେ ମୋଟ ୧୮୦ଜଣ ଆଶାୟୀ ପ୍ରାର୍ଥୀ ସେମାନଙ୍କ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ୧୨୪ଜଣ ୱାର୍ଡସଭ୍ୟ, ୨୯ଜଣ ସରପଞ୍ଚ ଓ ୨୭ଜଣ ସମିତିସଭ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅଙ୍ଗାରପଡା ପଞ୍ଚାୟତରୁ ୧୫ଜଣ ୱାର୍ଡସଭ୍ୟ, ଜଣେ ସରପଞ୍ଚ ଏବଂ ଜଣେ ସମିତିସଭ୍ୟ ନାମାଙ୍କନ କରିଥିଲେ । ସେହିପରି ବେଣାପଜଂରୀରୁ ୧୪ୱାର୍ଡସଭ୍ୟ.୬ଜଣ ସରପଞ୍ଚ ଏବଂ ୭ଜଣ ସମିତିସଭ୍ୟ ନାମାଙ୍କନ କରିଥିବା ବେଳେ ଛତାବର ପଚାଂୟତରୁ ୧୪ୱାର୍ଡସଭ୍ୟ, ଜଣେ ସରପଞ୍ଚ ଓ ଜଣେ ସମିତିସଭ୍ୟ ନାମାଙ୍କନ କରିଛନ୍ତି । ସେହିପରି ଛଣଘର ପଚାଂୟତରୁ ୯ଜଣ ୱାର୍ଡସଭ୍ୟ,୩ ଜଣ ସରପଞ୍ଚ ନାମାଙ୍କନ କରିଛନ୍ତି । ଗଙ୍ଗପଡାରୁ ୧୦ଜଣ ୱାର୍ଡସଭ୍ୟ, ୨ଜଣ ସରପଞ୍ଚ ଓ ଜଣେ ସମିତିସଭ୍ୟ । ହରିପୁର ପଞ୍ଚାୟତରୁ ୨ଜଣ ୱାର୍ଡସଭ୍ୟ, ୪ସରପଞ୍ଚ ଓ ଜଣେ ସମିତିସଭ୍ୟ । ଜାଂଳାରୁ ୯ଜଣ ୱାର୍ଡସଭ୍ୟ ,୨ ଜଣ ସରପଞ୍ଚ, ଓ ୨ ସମିତିସଭ୍ୟ । ଜାମୁକୋଳିରୁ ୭ଜଣ ୱାର୍ଡସଭ୍ୟ ଓଜଣେ ସମିତିସଭ୍ୟ । କନ୍ତିଆରୁ ୭ଜଣ ୱାର୍ଡସଭ୍ୟ, ୩ଜଣ ସରପଞ୍ଚ ଓ ଜଣେ ସମିତିସଭ୍ୟ । ମଦନପୁରରୁ ୯ଜଣ ୱାର୍ଡସଭ୍ୟ, ଜଣେ ସରପଞ୍ଚ ଓ୪ଜଣ ସମିତିସଭ୍ୟ, । ପଦନପୁରରୁ ୬ଜଣ ୱାର୍ଡସଭ୍ୟ, ଜଣେ ସରପଞ୍ଚ । ପଞ୍ଚୁପଲୀରୁ ୪ଜଣ ୱାର୍ଡସଭ୍ୟ ଓ ୩ଜଣ ସମିତିସଭ୍ୟ ନାମାଙ୍କନ କରିଛନ୍ତି । ସେହିପରି ପ୍ରଧାନସାହୀରୁ ୭ଜଣ ୱାର୍ଡସଭ୍ୟ,୩ଜଣ ସରପଞ୍ଚ ଓ ୨ଜଣ ସମିତିସଭ୍ୟ । ତିରିମଲରୁ ୪ଜଣ ୱାର୍ଡସଭ୍ୟ ଏବଂ୨ଜଣ ସମିତିସଭ୍ୟ ସହିତ ତରାବୋଇ ପଚାଂୟତରୁ ୭ଜଣ ୱାର୍ଡସଭ୍ୟ ଓ ୧ଜଣ ସରପଞ୍ଚ ଓ୨ଜଣ ସମତିସଭ୍ୟ ନାମାଙ୍କନ କରିଛନ୍ତି । ସୁଚନାଯେ, ପ୍ରଥମ ଦିନରେ ୨୪ଜଣ ପ୍ରାର୍ଥୀ ବିଭିନ୍ନ ସଭ୍ୟପଦରେ ନାମାଙ୍କନ କରିଥିବା ବେଳେ ଦ୍ୱିତୀୟ ଦିନରେ ୫୯ଜଣ ସମେତ ୨ଦିନ ମଧ୍ୟରେ ୮୩ଜଣ ନାମାଙ୍କନ କରିଛନ୍ତି । ସେହିପରି ତୃତୀୟ ଦିନରେ ୧୮୦ଜଣ ନାମାଙ୍କନ କରିଥିବା ବ୍ଳକ କାର୍ଯ୍ୟାଳୟ ପକ୍ଷରୁ ସୁଚନା ମିଳିଛି ।
ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିର୍ପୋଟ, ୧୯/୧/୨୦୨୨---୧୦,୩୫
Sakhigopal News, 19/1/2022