ପୁର୍ବ ଶ୍ରତୁତାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ
Fighting broke out between the two families over a previous altercation.
ସାକ୍ଷୀଗୋପାଳ----- ସତ୍ୟବାଦୀ ଥାନା ଅନ୍ତର୍ଗତ ବାଲିହୁଡା ଗ୍ରାମର ଦୁଇ ପରିବାର ମଧ୍ୟରେ ପୂର୍ବ ଶ୍ରତୁତାକୁ ନେଇ ଗଣ୍ଡଗୋଳ । ସତ୍ୟବାଦୀ ଥାନାରେ ଉଭୟ ପକ୍ଷରୁ ଦୁଇଟି ମାମଲା ରୁଜ ହୋଇଥିବା ଜଣାପଡିଛି । ଶୁଭଲକ୍ଷ୍ମୀ ଦାଶଙ୍କ ଅଭିଯୋଗ କ୍ରମେ ୨୫/୨୨ରେଏକ ମାମଲା ରୁଜ ହୋଇଛି । ଶୁଭଲକ୍ଷ୍ମୀ ତାଙ୍କ ଅଭିଯୋଗରେ ଜଣାଇଛନ୍ତି ଯେ ତାଙ୍କ ସ୍ୱାମୀ ଶରତ ଦାଶଙ୍କୁ ବିଜୟ କୁମାର ଦାଶ ମାଡ ମାରିଛି । ସେହିପରି ବିଜୟ କୁମାର ଦାଶ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି ଯେତାଙ୍କୁ ଶରତ ଦାଶ ଓ ତାଙ୍କର ଅନ୍ୟ ସହଯୋଗୀ ମାନେ ମିଳିତ ଭାବେ ତାଙ୍କୁ ଆକ୍ରମଣ କରିଛନ୍ତି । ତାଙ୍କ ଅଭିଯୋଗ କ୍ରମେ ୨୬/୨୨ରେ ଏକ ମାମଲା ରୁଜ କରାଯାଇ ତଦନ୍ତ ଜାରି ରହିଛିବୋଲି ଥାନା ଆଇଆଇସି ଦୀଲ୍ଲିପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୪/୧/୨୦୨୨---୭,୦୫
Sakhigopal News, 24/1/2022