ଭାରତୀୟ ପ୍ରଶିକ୍ଷଣ ଶିବିରରେ ଡେଲାଙ୍ଗ ର ଭରତ.
Delang's Bharat at the Indian Training Camp.
ଡେଲାଙ୍ଗ---- ଆଗାମୀ ଏସିଆନ କ୍ରୀଡା ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଭାରତୀୟ ଖୋ ଖୋ ମହାସଂଘ ଚଳିତ ମାସ 5 ତାରିଖରୁ 19ତାରିଖ ପର୍ଯ୍ୟନ୍ତ ଶ୍ରୀ ଛାତ୍ରପତି ଶିବାଜୀ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ପୁନେ, ମହାରାଷ୍ଟ୍ର ଠାରେ ଅଯୋଜିତ କରିଛନ୍ତି ଏକ ତାଲିମ ଶିବିର । ଏହି ଶିବିରରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ବରକେରା ଗ୍ରାମର ଗଜେନ୍ଦ୍ର ପ୍ରଧାନଙ୍କ ପୁତ୍ର ଭରତ ପ୍ରଧାନ ସାମିଲ ହୋଇଛନ୍ତି । ଅଞ୍ଚଳ ପାଇଁ ଏକ ଐତିହାସିକ ଗର୍ବର ବାାର୍ତ୍ତା ସୃଷ୍ଟି ହୋଇଛି । ଭରତଙ୍କ ସହ ଆଉ 4ଜଣ ଓଡିଶାରୁ ଏହି ଦଳରେ ସାମିଲ ହୋଇଛନ୍ତି । ଭରତ ତାଙ୍କ କ୍ରୀଡା ଜୀବନ ନବମ ଶ୍ରେଣୀରୁ କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳରୁ ଆରମ୍ଭ କରି ଓଡିଶା କନିଷ୍ଠ ଓ ବରିଷ୍ଠ ଦଳରେ ଅନେକଥର ସାମିଲ ହୋଇ ଅଧୁନା ସଫଳତା ଶୀର୍ଷର ଦ୍ୱାରଦେଶରେ ପହଞ୍ଚିଛନ୍ତି । ବିଦ୍ୟାଳର ପ୍ରତିଷ୍ଠାତା ପ୍ରଫେସର ଶଶାଙ୍କ ଚୂଡ଼ାମଣି, ଓଡିଶା ଖୋ ଖୋ ସଂଘ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ଶିଶୁ ସୁରକ୍ଷା ଓ ଅଧିକାର ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସାନ୍ଧ୍ୟବତୀ ପ୍ରଧାନ, ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂହ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ ଓ ସରପଞ୍ଚ ଶେଷଦେବ ବାରିକ ପ୍ରମୁଖ ଶୁଭେେଚ୍ଛା ସହ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି । ପ୍ରଶିକ୍ଷକ ତଥା ବିଦ୍ୟାଳୟର ଶାରୀରିକ ଶିକ୍ଷା ଶିକ୍ଷକ ସୂର୍ଯ୍ୟନାରାୟଣ ଜେନା ଆଗାମୀ ଦିନରେ ଭରତ ଭଳି ଅନେକ ଆନ୍ତର୍ଜାତୀୟ କ୍ରୀଡ଼ାବିତ ଏହି ଅଞ୍ଚଳରୁ ବାହାରିବେ ବୋଲି ମତବ୍ୟକ୍ତ ରଖିଛନ୍ତି। ଏଥିପାଇଁ ଏକ ମିନି ଷ୍ଟାଡିୟମର ଆବଶ୍ୟକତା ରହିଛି। ଏ ଦିଗପ୍ରତି ସ୍ଥାନୀୟ ବିଧାୟକ ନିର୍ଝର ଦେବାକୁ କ୍ରୀଡାବିତ ମାନଙ୍କ ପକ୍ଷରୁ ଦାବି କରାଯାଇଛି ।
ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୩/୭/୨୦୨୨----୬,୪୦ Sakhigopal News,3/7/2022