ଜଟଣୀ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ ଯୋଗଦାନ
ଜଟଣୀ :- ଜଟଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜୀବ କୁମାର କର ତାଙ୍କ ଚାକିରୀ ଜୀବନରୁ ଅବସର ଗ୍ରହଣକରିଛନ୍ତି । ଏହି ପରିପ୍ରେକ୍ଷୀରେ ମହାବିଦ୍ୟାଳୟର କର୍ମଚାରୀ ସଂଘ ତରଫରୁ ଏକ ବର୍ଣ୍ଣାଢ଼୍ୟ ବିଦାୟକାଳୀନ ସଭା ପ୍ରାଧାପକ ଅଜିତ କୁମାର ସୁନ୍ଦରାୟଙ୍କ ପୌରାହିତ୍ୟରେ ଆୟୋଜନ କରାଯାଇଥିଲା । ମହାବିଦ୍ୟାଳୟର ଡ. ଅମିତ ବିକ୍ରମ ପଟ୍ଟନାୟକ,ଡ. ତପନ ମିଶ୍ର, ରଜନୀ ନାୟକ, ଡ. ସୁଶାନ୍ତ ବାରିକ, ଡ. ପୁଷ୍ପାଞ୍ଜଳି ସାମଲ, ସୁଭାଶିଷ ନନ୍ଦ, ସମସ୍ତ କର୍ମଚାରୀ ବକ୍ତବ୍ୟମାଧ୍ୟମରେ ଡ. କରଙ୍କ କାର୍ଯ୍ୟକଳାପକୁ ଭୂୟସୀ ପ୍ରଶଂସା କରିଥିଲେ । ପ୍ରାଧ୍ୟାପକ ଡ. ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କ ଚମତ୍କାରସଂଯୋଜନାରେ ଅନୁଷ୍ଠିତ ସଭାରେ ପ୍ରାଧ୍ୟାପକ ଡ. ଅନୁପ କୁମାର ମହାନ୍ତି ଡ. କରଙ୍କ କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ସାଧୁବାଦ ଜଣାଇଥିଲେ । ରାଜନୀତି ବିଜ୍ଞାନ ବିଭାଗ ତରଫରୁ ଡ. କରଙ୍କୁ ମଧ୍ୟ ଏକ ବିଦାୟକଳୀନ ସଭା ବରିଷ୍ଠ ଅଧ୍ୟାପକ ବାଳିକୃଷ୍ଣ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଅଧ୍ୟାପକ ଦୀପସୁନ୍ଦର ବେହେରା, ଅଧ୍ୟାପିକା ଶାନ୍ତିଲତା ସାହୁ ରାଜନୀତି ବିଜ୍ଞାନର ମୁଖ୍ୟ ଭାବେ ଡ. କରଙ୍କୁ ମାନପତ୍ର ଓ ଉପଢୌକନ ଦେଇ ବିଭାଗ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ।ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଭାବେ ଶ୍ରୀମତୀ ସମ୍ମା ମଲ୍ଲିକ ଦାୟିତ୍ଵ ଗ୍ରହଣ କରିଛନ୍ତି । ଏହି ପରିପେକ୍ଷୀରେ ମହାବିଦ୍ୟାଳୟର କର୍ମଚାରୀ ମାନଙ୍କ ତରଫରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା । ସଭା କାର୍ଯ୍ୟରେ ଅଧ୍ୟାପକ ଅନିଲ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ । ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୪/୭/୨୦୨୫----୭,୨୫ Sakhigopal News,4/7/2025