ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦୁଇଟି ସ୍ଥାନରେ ଆକ୍ରମଣ, ଦୁଇ ଆହତ, ଦୁଇ ଗିରଫ
ଭଂଜନଗର - ତାରାସିଙ୍ଗି ଥାନା ଅନ୍ତର୍ଗତ ଭିନ୍ନଭିନ୍ନ ଦୁଇଟି ସ୍ଥାନରେ ଆକ୍ରମଣ ଘଟଣାରେ ଦୁଇଜଣ ଆହତ ହୋଇଥିବା ବେଳେ, ଆକ୍ରମଣକାରୀ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏନେଇ ଦୁଇଟି ମାମଲା ଥାନା ରେ ରୁଜୁ ହୋଇଛି । ଥାନାଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ଦେଇଥିବା ସୂଚନା ପ୍ରକାରେ, କଳିଙ୍ଗପଦର ଗ୍ରାମର ରାକେଶ ପ୍ରଧାନ ନାମକ ଜଣେ ବ୍ୟକ୍ତି ଗତ ୨୧ତାରିଖରେ ନିଜ ବାଇକ୍ ରେ ନିକଟସ୍ଥ ପେଟ୍ରୋଲ ପମ୍ପକୁ ଯାଉଥିଲେ । ସେହି ସମୟରେ ତାଙ୍କ ଗାଁର ଦିଲ୍ଲିପ ବେହେରା, ରାକେଶକୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଯାହାକି ଘଟଣା ସ୍ଥଳରେ ସେ ଗୁରୁତର ଆହତ ହୋଇ ଭଂଜନଗର ମେଡିକାଲରେ ଚିକିତ୍ସିତ ହୋଇଥିଲେ । ପରବର୍ତ୍ତୀ ସମୟରେ ସେ ତାରାସିଙ୍ଗି ଥାନାରେ ଲିଖିତ ଅଭିଯୋଗ କରିବା ପରେ ୨୪୪/୨୫ ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲେ ଏସଆଇ ସମୀର କୁମାର ବେହେରା । ଏବଂ ଅଭିଯୁକ୍ତ ଦିଲ୍ଲିପକୁ ଗିରଫ କରିଥିଲା ପୋଲିସ । ସେହିଭଳି ଏହି ଥାନା ଅନ୍ତର୍ଗତ ସାରଙ୍ଗପଟା ଗାଁରେ ମଧ୍ୟ ଆକ୍ରମଣ ଘଟଣାରେ ଜଣକୁ ଗିରଫ କରିଛି ପୋଲିସ । ଏହି ଥାନାର କେଶ୍ ନମ୍ବର ୨୫୮/୨୫ ପ୍ରକାରେ ରୁଜୁ ହୋଇଥିବା ମାମଲା ପ୍ରକାରେ, ସାରଳା ନାଇକ ନାମକ ଜଣେ ମହିଳା ଲିଖିତ ଅଭିଯୋଗ କରିଥିଲେ । ସେହି ଗାଁର ଗୋଲା ନାୟକ ନାମକ ଜଣେ ବ୍ୟକ୍ତି, ଗତ ୨୪ ତାରିଖରେ ତାଙ୍କ ଘର ଆଗକୁ ଆସି, ସ୍ବାମୀ ଅଭିମନ୍ୟୁ ଙ୍କୁ ଗାଳି କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ତାଙ୍କ ସ୍ବାମୀ ଅଭିମନ୍ୟୁଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଗୁରୁତର ଅବସ୍ଥାରେ ପ୍ରଥମେ ଭଂଜନଗର, ପରେ ବ୍ରହ୍ମପୁର ଏବଂ ଶେଷରେ ଅବସ୍ଥା ସଂକଟାପନ୍ନ ହେବାରୁ ବର୍ତ୍ତମାନ କଟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଅଭିମନ୍ୟୁ । ଏନେଇ ଥାନା କେଶ୍ ନମ୍ବର ୨୫୮/ ୨୫ ରେ ଏକ ମାମଲା ରୁଜୁ କରି ତଦନ୍ତକାରୀ ଅଧିକାରୀ ଏଏସଆଇ ଆର୍. ଦେହୁରୀ ଘଟଣାର ତଦନ୍ତ କରି ଅଭିଯୁକ୍ତ ଗୋଲା ନାୟକ କୁଗିଫ କରିଥିଲେ । ତେବେ ଉଭୟ ଗିରଫ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନାଧିକାରୀଣି ଶ୍ରୀମତୀ ପୂଜାରୀ ସୂଚନା ଦେଇଛନ୍ତି । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୮/୭/୨୦୨୫---୮,୨୦ Sakhigopal News,8/7/2025