ସାଇ ଗୁରୁକୁଳ ଆବାସିକ ବିଦ୍ୟାଳୟ ଠାରେ ରୋଟି ମେସିନ୍ ସ୍ଥାପନ
ଭଂଜନଗର - ସ୍ଥାନୀୟ ଘରୋଇ ଶିକ୍ଷାନୁଷ୍ଠାନ ସାଇଗୁରୁକୁଳ ଆବାସିକ ବିଦ୍ୟାଳୟ ଠାରେ ରୋଟି ତିଆରି ମେସିନ୍ ସ୍ଥାପନ କରାଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷ ଅଜିତ କୁମାର ଶତପଥି ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ କବିସମ୍ରାଟ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ପୂର୍ଣଚନ୍ଦ୍ର ତ୍ରିପାଠୀ, ପୂର୍ବତନ ସଭାପତି ତଥା ଉପଦେଷ୍ଟା ଶୂଳପାଣି ଶତପଥି, ସନ୍ତୋଷ କୁମାର ଜେନା, ସତ୍ୟସାଇ ସେବା ସମିତିର ଆବାହକ ଗୋପାଳ ଚନ୍ଦ୍ର ବେହେରା, ସମ୍ପାଦକ ସିମାଞ୍ଚଳ ପାତ୍ର, ବରିଷ୍ଠ ବ୍ୟବସାୟୀ ପ୍ରଫୁଲଚନ୍ଦ୍ର ତ୍ରିପାଠୀ, ରୋଟି ମେସିନ ପରିଚାଳନା ଦାଇତ୍ୱ ରେ ଥିବା, ଆଶ୍ରିତ କୁମାର ଶତପଥି, ସାମ୍ବାଦିକ ବିଶ୍ୱମ୍ବର ଜେନା, ବାବୁଲା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ଏହି ଉଦ୍ୟମ କୁ ଉଚ୍ଚ ପ୍ରଶଂସା କରିଥିଲେ । ଏହାଦ୍ୱାରା ପିଲାମାନଙ୍କୁ ଉନ୍ନତମାନର ରୋଟି ଖାଇବାକୁ ମିଳିବା ସହ ବଳକା ରୋଟି କୁ ଅନ୍ୟ ମାନଙ୍କ ଚାହିଦା ଅନୁସାରେ ଯୋଗାଯାଇପାରିବ ବୋଲି, ବିଦ୍ୟାଳୟର ଅଧକ୍ଷ ଶ୍ରୀ ଶତପଥି ସୂଚନା ଦେଇଥିଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୮/୭/୨୦୨୫----୮,୪୫ Sakhigopal News,8/7/2025