ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ 'ରାତ୍ର ୮ ଟା ପର୍ଯ୍ୟନ୍ତ ଖୋଲା ;ଦଲାଲ ମାନଙ୍କ ଦ୍ୱାରା ପରିଚାଳିତ
ଜଟଣୀ :--ଦଲାଲଙ୍କ କବଜାରେ ଜଟଣୀ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ l ସୂଚନା ମୁତାବକ ଜଟଣୀ ବ୍ଲକ ଅନ୍ତର୍ଗତ ଯାଆଁଳା ଗ୍ରାମର ପ୍ରଦୀପ କୁମାର ରାୟତରାୟ ନାମକ ଏକ ବ୍ୟକ୍ତି ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ ସରକାରଙ୍କ ଦ୍ୱାରା ନିଯୁକ୍ତ ଅତିରିକ୍ତ ରାଜସ୍ବ ନିରୀକ୍ଷକ ଯଶକେତନ ସେଠି ଙ୍କ ଅଧୀନରେ କାର୍ଯ୍ୟ କରୁଥିବା ସ୍ଥଳେ ଜଣେ ବିଗତ ଦିନରେ ସେହି କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ଅବସର ପ୍ରାପ୍ତ କର୍ମଚାରୀ ସୋମନାଥ ପଟ୍ଟନାୟକ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟରେ ସରକାରଙ୍କ ଦ୍ୱାରା ନିଯୁକ୍ତ ରାଜସ୍ବ ନିରୀକ୍ଷକ ଅବନୀ ଚମ୍ପତି ଅଧୀନରେ କାର୍ଯ୍ୟ କରନ୍ତି l ଆଶ୍ଚର୍ଯ୍ୟ ବିଷୟ ଜଣେ ଅବସର ପ୍ରାପ୍ତ କର୍ମଚାରୀ ଆଉ ଜଣେ ଅଜଣା ବ୍ୟକ୍ତିଙ୍କୁ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ନିଯୁକ୍ତି ଦେଲା କିଏ ? । କେଉଁ ସରକାରୀ ଅଧିକାରୀଙ୍କ ଛାତ୍ରଛାୟା ତଳେ ରହି କାର୍ଯ୍ୟ କରୁଛନ୍ତି l ଏଥିରେ ତହସିଲଦାର ମ୍ୟାଡ଼ାମ ପ୍ରୀତିପର୍ଣ୍ଣା ମିଶ୍ର ଙ୍କ ଆଶ୍ରିବାଦରେ କାର୍ଯ୍ୟ କରୁନାହାନ୍ତିତ l ଅଭିଯୋଗ କ୍ରମେ ଜଣେ ସାଧାରଣ ଲୋକ ଆଇନ ଗତ ଉତ୍ତରାଧିକାରୀ, ଜାତିଗତ ପ୍ରମାଣ ପତ୍ର, ରୋଜଗାର ପ୍ରମାଣପତ୍ର ନିମନ୍ତେ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟକୁ ଆସିଲେ ବେଆଇନ ରୂପେ କାର୍ଯ୍ୟରତ ପ୍ରଦୀପ ବାବୁ ଉକ୍ତ ସମ୍ପୃକ୍ତ କାର୍ଯ୍ୟପାଇଁ ହଜାର ହଜାର ଟଙ୍କା ଦାବି କରନ୍ତି l ଅର୍ଥ ନ ପାଇଲେ ଫାଇଲ ପଡି ରହେ l ଯାହାକି ଜଣେ ଗରିବ ଶ୍ରେଣୀର ସାଧାରଣ ବ୍ୟକ୍ତି ବହୁ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି l ସେହି ପରି ସରକାରୀ ଜମିଜମା କାଗଜ ପତ୍ର ଯଥା-ଘରବାରି,ପଟ୍ଟା, ଲ୍ୟାଣ୍ଡ ସ୍ଟାଟସ,ଭଳି କାର୍ଯ୍ୟପାଇଁ ଜଣେ ସାଧାରଣ ଲୋକ କାର୍ଯ୍ୟାଳୟକୁ ଗଲେ ସୋମନାଥ ବାବୁ ଉକ୍ତ କାର୍ଯ୍ୟପାଇଁ ହଜାର ହଜାର ଟଙ୍କା ଦାବି କରନ୍ତି ବୋଲି ସାଧାରଣରେ ଅଭିଯୋଗ ହେଉଛି l ଆଉ ଏକ ବିଡମ୍ବନାର ବିଷୟ ପ୍ରତ୍ୟକ ସରକାରୀ କାର୍ଯ୍ୟାଳୟ ସନ୍ଧ୍ୟା ୫ ଘଟିକା ସୁଧା ବନ୍ଦ ହେଉଥିବା ସ୍ଥଳେ ଜଟଣୀ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ରାତ୍ର ୮ ଘଟିକା ପର୍ଯ୍ୟନ୍ତ ଖୋଲା ରହିବାର କାରଣ କଣ l ସନ୍ଧ୍ୟା ସମୟରେ ସମସ୍ତ ବେଆଇନ କାର୍ଯ୍ୟ ସହ ଏହି କାର୍ଯ୍ୟାଳୟରେ ସମୟ ସମୟରେ ଭୋଜିଭାତ ହୁଏ ବୋଲି ସ୍ଥାନୀୟ ବାସିନ୍ଦା କହନ୍ତି l ଏପରିକି ମଦ ଓ ମାଂସର ଆସର ଜମେ । ଏହି ସବୁ କାର୍ଯ୍ୟ ତହସିଲଦାର ମ୍ୟାଡ଼ାମ ଙ୍କ ସହମତିରେ ଚାଲେ ବୋଲି ସାଧାରଣରେ ଚର୍ଚ୍ଚା l ଏହି ସମସ୍ତ ବେଆଇନ କର୍ଯ୍ୟକୁ ଜିଲ୍ଲା ପ୍ରଶାସନ ଏବଂ ବର୍ତ୍ତମାନର ରାଜ୍ୟସରକାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଅସାଧୁ କର୍ମଚାରୀ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସାଧାରଣ ଲୋକ ଉପକୃତ ହେବେ ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ଙ୍କ ମତ ପ୍ରକାଶ ପାଇଛି l ଜଟଣୀରୁ ରଙ୍ଗନାଥ ବେହେରାଙ୍କ ରିପୋର୍ଟ,୬/୭/୨୦୨୫----୭,୧୫ Sakhigopal News,6/7/2025