Breaking News

କରମଳାରେ ବନ ମହୋତ୍ସବ ପାଳିତ



 କଣାସ --- କଣାସ ବ୍ଲକ ଅନ୍ତର୍ଗତ ଆଳିବାଡ଼ ଗ୍ରାମ ପଂଚାୟତରେ ପ୍ରତିଷ୍ଠିତ ଶ୍ରୀ ଅଭିରାମ ନୋଡାଲ ଵିଦ୍ୟାପୀଠ କରମଳା ଠାରେ ବନ ମହୋତ୍ସବ ପାଳିତ ହୋଇଯାଇଛି | ଏହି ଅବସରେ କରମଳା ଗ୍ରାମର ପୂର୍ବ ପଟେ ଥିବା ପୋଖରୀ ହୁଡାର ଚାରି ପଟେ ବିଦ୍ୟାଳୟର ସ୍କାଉଟ,ଗାଇଡି ,ଜୁନିୟର ରେଡକ୍ରସ୍ର ,ଇକୋ କ୍ଲବର ଛାତ୍ରଛତ୍ରୀମାନଙ୍କ ସହାୟତାରେ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଯାଇଛି। ଆଳିବାଡ଼ ଗ୍ରାମପଂଚାୟତର ସରପଞ୍ଚ ଓ କରମଳା ଗ୍ରାମବାସୀଙ୍କ ଉପସ୍ଥିତିରେ ପ୍ରଧାନଶିକ୍ଷକ ସୁଶୀଲ  କୁମାର ମହାପାତ୍ରଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା| ଏହି ଉପଲକ୍ଷେ ଛାତ୍ରଛତ୍ରୀମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା |ଏହି କାର୍ୟ୍ୟକ୍ରମକୁ ବିଦ୍ୟାଳୟର ସମସ୍ତ  ଶିକ୍ଷକ , ଶିକ୍ଷୟତ୍ରୀ ଓ ଶିକ୍ଷା କର୍ମଚାରୀ ମାନେ ପରିଚାଳନା କରିଥିଲେ | କଣାସ ରୁ ସୁଜିତ ତ୍ରିପାଠୀ ଙ୍କ ରିପୋର୍ଟ,୮/୭/୨୦୨୫----୮,୩୫ Sakhigopal News,8/7/2025

Blog Archive

Popular Posts