Breaking News

ଓଡ଼ିଆ ବିଶ୍ୱବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଅନୁଷ୍ଠିତ

ସାକ୍ଷୀଗୋପାଳ ---ଓଡ଼ିଆ ବିଶ୍ବବିଦ୍ୟାଳୟ ପରିସର ମଧ୍ୟରେ ବୃକ୍ଷ ରୋପଣ ଦିବସ ପାଳିତ ହୋଇଯାଇଛି। ବିଶ୍ବବିଦ୍ୟାଳୟ ଗତବର୍ଷ ପରି ଏ ବର୍ଷ ମଧ୍ୟ ବର୍ଷା ଋତୁରେ ବୃକ୍ଷ ରୋପଣ କରି ପରିବେଶ ସଚେତନତା ଉପରେ ଗୁରୁତ୍ବ ପ୍ରଦାନ କରିଛି ।
ଗତବର୍ଷ ପ୍ରତିଷ୍ଠା ଦିବସରେ 'ପଞ୍ଚସଖା ପ୍ରକୃତି ସମ୍ମାନ ' ରେ ସମ୍ମାନିତ ଶ୍ରୀ ପ୍ରଦୀପ କୁମାର ଦଳେଇ ଏହି ଉପଲକ୍ଷେ ବିଭିନ୍ନ ବୃକ୍ଷ ପ୍ରଦାନ କରିବା ସହିତ ରୋପଣ କରିଥିଲେ।ନିମ୍ବ, କଦମ୍ବ, କୃଷ୍ଣଚୂଡ଼ା, ଅଁଳା, ବେଲ, ଅଶୋକା, ପଣସ, ଓଉ, କାଠଚମ୍ପା ଓ ସ୍ବର୍ଣ୍ଣ ଚମ୍ପା ଆଦି ଗଛ ବିଶ୍ବବିଦ୍ୟାଳୟ ପରିସରରେ ଲଗାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ବିଶ୍ବବିଦ୍ୟାଳୟର କୁଳପତି, କୁଳସଚିବ, ଅଧ୍ୟାପକ, କର୍ମଚାରୀବୃନ୍ଦ ତଥା ଛାତ୍ରଛାତ୍ରୀଗଣ ସାମିଲ ହୋଇଥିଲେ  ।  ଗଛ କିପରି ମନୁଷ୍ୟ ଜୀବନକୁ ସୁସ୍ଥ, ସୁନ୍ଦର ଓ ସବୁଜ ରଖିବାରେ ସହାୟକ ତା' ଉପରେ ଆଲୋଚନା ହୋଇଥିଲା। ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ଡ. ପ୍ରଦ୍ୟୁମ୍ନ କୁମାର ମିଶ୍ର, କୁଳସଚିବ ସୁଶ୍ରୀ ରଶ୍ମି ରେଖା ଦାସ , ଅଧ୍ୟାପକ ରାଧା ଗୋବିନ୍ଦ କୁଇଲା , ଓଡ଼ିଶା କନଷ୍ଟେବଲ ଆସୋସିଏସନ୍ ର ପ୍ରାକ୍ତନ ସଭାପତି ପ୍ରକାଶ କୁମାର ଆଚାର୍ଯ୍ୟ , ପୁରୀ ଜିଲ୍ଲାର  କୃଷି ବିଭାଗର ପ୍ରାକ୍ତନ  ଅଫିସର୍ ଶ୍ରୀ ନୃସିଂହ ଚରଣ ପ୍ରଧାନ । ଆଲୋଚନାରେ ଗଛ ଲଗାଇବାର ଉପକାରିତା ତଥା ଲାଗିଥିବା ଗଛକୁ ବଞ୍ଚେଇ ରଖିବାର ପ୍ରୟୋଜନ ଅଧିକ ବୋଲି ପ୍ରକାଶ ପାଇଥିଲା ।   କୁଳପତି ସବିତା ପ୍ରଧାନ ସଭାପତି ଭାଷଣରେ  ଏକକ ଓ ସାମୂହିକ ପ୍ରୟାସରେ ବୃକ୍ଷରୋପଣର ଗୁରୁତ୍ବ ସହ ଏହା ଏକ ନିଃସ୍ଵାର୍ଥପର ପ୍ରକୃତି ସେବା ବୋଲି ମତ ବ୍ୟକ୍ତ କରିଥିଲେ। ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଡ. ଶର୍ମିଷ୍ଠା ମହାପାତ୍ର । ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୮/୭/୨୦୨୫---୮,୧୦ Sakhigopal News,8/7/2025

Blog Archive

Popular Posts