ବୃକ୍ଷରୋପଣ ସଚେତନତା କାର୍ଯକ୍ରମ ଅନୁଷ୍ଠିତ
ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଆଜି ଜାତୀୟ ସେବା ଯୋଜନା ତରଫରୁ ବୃକ୍ଷ ରୋପଣ ସମ୍ପର୍କରେ ଏକ ରାଲି ଛାତ୍ରୀମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡ. ସୁଶାନ୍ତ କୁମାର ମଲ୍ଲିକ ଛାତ୍ରୀମାନଙ୍କୁ ବନ ମହୋତ୍ସବ ମହତ୍ତ୍ଵ ବିଷୟରେ କହି ରାଲୀ ଉଦଘାଟନ କରିଥିଲେ । ତିନିଶହ ପଚାଶରୁ ଉର୍ଦ୍ଧ ଛାତ୍ରୀ ଯୋଗଦାନ କରି ପୋଷ୍ଟର, ପ୍ଲାକକାର୍ଡ, ସ୍ଲୋଗାନ ମାଧ୍ୟମରେ ସହର ବାସୀଙ୍କୁ ସଚେତନ କରିଥିଲେ । ସହର ପରିକ୍ରମା କରି "ବୃକ୍ଷ ହିଁ ଜୀବନ" ର ସଚେତନତା ବାର୍ତ୍ତା ସମାଜକୁ ଦେଇଥିଲେ । ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରିଣୀ ଶ୍ରୀମତୀ ଜୟଲକ୍ଷ୍ମୀ ରଥ ଓ ଅନ୍ୟତମ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ସୁରଜ୍ କୁମାର ସାସମଲ୍ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । କଲେଜର ସମସ୍ତ ଅଧ୍ୟାପକ, ଅଧ୍ୟାପିକା : ଶ୍ରୀମତୀ ଉର୍ମିଳା ପାଟଯୋଶୀ, ଶ୍ରୀ ଅରବିନ୍ଦ ଦାସ, ଡ. ପୁଷ୍ପାଞ୍ଜଳି ପଟ୍ଟନାୟକ,ଶ୍ରୀମତୀ ପ୍ରଭାତୀ ମିଶ୍ର, ଶ୍ରୀମତୀ ସସ୍ମିତା ମିଶ୍ର, ଶ୍ରୀ ଅମୂଲ୍ୟ ଶତପଥୀ, ଶ୍ରୀମତୀ ସନ୍ଧ୍ୟାରାଣି ପ୍ରଧାନ, ମିସ୍ ରଶ୍ମିତା ବେହେରା, ଶ୍ରୀ ପ୍ରେମଚାନ୍ଦ ମଲ୍ଲିକ, ଶ୍ରୀ ସନ୍ତୋଷ ମହାନ୍ତି, ଶ୍ରୀ ପଙ୍କଜ ଦାସ, ମିସ୍ ମୋନାଲିସା ସାହୁ, ମିସ୍ ଶୁଭଶ୍ରୀ ପ୍ରିୟଦର୍ଶିନୀ, ମିସ୍ ଶ୍ରୀୟା ପ୍ରଧାନ, ମିସ୍ ହେମଲତା ଭୋଇ, ମିସ୍ କମଳିନୀ, ଡ. ମଂଜୁ ପ୍ରଭା ଦାସ ଓ କର୍ମଚାରୀ ଗଣ ଉପସ୍ଥିତ ରହିଥିଲେ । ପରିଶେଷରେ କଲେଜ ପରିସରରେ ଚାରାରୋପଣ ସ୍ୱେଚ୍ଛା ସେବିନୀ ମାନଙ୍କ ଦ୍ଵାରା କରାଯାଇଥିଲା । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୯/୭/୨୦୨୫----୮,୪୫ Sakhigopal News,9/7/2025