Breaking News

ବରଗଡ଼ ରେ ଅଗ୍ନି ପଥ ଯୋଜନା କୁ ସମର୍ଥନ

Support for the Agni Path scheme in Bargarh
ବରଗଡ଼--- ଭାରତୀୟ ଜନତା ପାର୍ଟି ଜିଲ୍ଲା ସମ୍ପାଦକ ଯଶୋବନ୍ତ ସେଠ ଙ୍କ ନେତୃତ୍ୱରେ ଅଗ୍ନି ପଥ ଯୋଜନା କୁ ସମର୍ଥନ କରାଯାଇଛି । ଏହି ସମର୍ଥନ ରେ ଭେଡେନ ମଣ୍ଡଳ ସଭାପତି ଜୟଦେବ ପ୍ରଧାନ, ସାଧାରଣ ସମ୍ପାଦକ ଜ୍ଞାନେଦ୍ର ଛନ୍ଦ ,ଭେଡେନ ସାଂସଦ ପ୍ରତିନିଧି ବିପିନ ଭୋସାଗର ,ଯୁବ ମୋର୍ଚ୍ଚା ସାଗର ଛନ୍ଦ, ଶଶୀଭୂଷଣ ପାଣିଗ୍ରାହୀ, ଟିକେଶ୍ୱ ମାହାର, ଖିରେଶ୍ଵର ପ୍ରଧାନ, ଅତ୍ୟୁତା ନନ୍ଦ ପରଡ଼ିଆ ଙ୍କ ସହ ଏକ ପ୍ରତିନିଧି ଦଳ ଭେଡେନ ବ୍ଲକ ତେନ୍ତୁଳି ଟିକ୍ରା ଯାଇ ଅଗ୍ନି ପଥ ଯୋଜନା କୁ ସମର୍ଥନ ଜଣାଇଛନ୍ତି। ଆଗାମୀ ଯୁବ ପିଡ଼ୀ କୁ ଅଗ୍ନି ବୀର ରୂପେ ଗଡ଼ି ଭାରତ ମାତା ର ସେବା କରିବା ପାଇଁ ସୁଯୋଗ ସୃଷ୍ଟି ହୋଇଛି । ଅବସର ପ୍ରାପ୍ତ ସେନା ଅଧିକାରୀ ଶ୍ରୀ ସୁଷେନ୍ଦ୍ର ଦେହେରୀ ଓ ଶ୍ରୀ ବସନ୍ତ କୁମାର ମହାକୁର ଙ୍କ ମାଗଣାରେ ଲିଖିତ ଓ ଶାରରୀକ ପ୍ରଶିକ୍ଷଣ କୁ ପ୍ରଶଂସା କରିବା ସଙ୍ଗେ ସଙ୍ଗେ ସମର୍ଦ୍ଧିତ କରିଥିଲେ।ତାପରେ ଅବସର ପ୍ରାପ୍ତ ସେନା ଅଧିକାରୀ ଙ୍କ ସହ ଆଲୋଚନା କରି ଏହି ଯୋଜନା କୁ ଆହୁରି ବ୍ୟାପକ ଭାବରେ ପ୍ରଚାର, ପ୍ରସାର କରି ଯୁବ ପିଡ଼ୀ କୁ କେମିତି ଆକୃଷ୍ଟ ହୋଇ ପାରିବେ ସେ ବିଷୟରେ ଆଲୋଚନା କରାଯାଇଥିଲା। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩/୭/୨୦୨୨---୭,୪୦ Sakhigopal News,3/7/2022

Blog Archive

Popular Posts