Breaking News

ସାକ୍ଷୀଗୋପାଳ ରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଙ୍କୁ ସ୍ବାଗତ

ସାକ୍ଷୀଗୋପାଳ ---ସତ୍ୟବାଦୀ ବଜେପି ପକ୍ଷରୁ ରାଜ୍ୟ ବିଜେପି ସଭାପତି ଶ୍ରୀ ମନମୋହନ ସାମଲ ଙ୍କୁ  ୩୧୬ନଂ ସାକ୍ଷୀଗୋପାଳ -- ପୁରୀ  ଜାତୀୟ ରାଜପଥ ଉପରେ ସ୍ୱାଗତ କରାଯାଇଛି । ସତ୍ୟବାଦୀ ବିଜେପି ର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା  ଜୟପୁର ପଞ୍ଚାୟତ ର ସମିତି ସଭ୍ୟ ଦୀପକ ଶତପଥି ପୁରୁଣା ସ୍ମୁତି ର ଏକ ଫୋଟ ସହିତ ଉତ୍ତରୀୟ  ଓ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ସେଠାରେ ପୁରୀ ସାଂସଦ ଡ, ସମ୍ବିତ ପାତ୍ର ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଉପସ୍ଥିତ ଥିଲେ । ସତ୍ୟବାଦୀ ବିଜେପି ପକ୍ଷରୁ ଜିଲ୍ଲାପରିଷଦ ସଭ୍ୟ ରତିକାନ୍ତ ମିଶ୍ର, ବିଷ୍ଣୁପ୍ରିୟା ବରାଳ, ତ୍ରିଲୋଚନ ରଥ, ଶଙ୍କର୍ଷଣ ପ୍ରଧାନ ଏବଂ ବିଭିନ୍ନ ପଞ୍ଚାୟତ ର  ସରପଞ୍ଚ  ଓ ସମିତି ସଭ୍ୟ ଙ୍କ ଶହ ଶହ କର୍ମୀ ମାନେ ଉପସ୍ଥିତ ଥିଲେ । ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ, ୮/୭/୨୦୨୫---୮,୦୦ Sakhigopal News,8/7/2025

Blog Archive

Popular Posts