ଶ୍ରୀ ପୁରୁଷୋତ୍ତମପୁର ଉଚ୍ଚ ବିଦ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
ଶ୍ରୀ ପୁରୁଷୋତ୍ତମପୁର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶିବ ପ୍ରସାଦ ଶତପଥିଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଯାଇଅଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଜଳନ୍ଧର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସରପଞ୍ଚ ହିରନ୍ୟମୟୀ ମହାପାତ୍ର,ମୁଖ୍ୟ ବକ୍ତା ଶିକ୍ଷକ ସନ୍ତୋଷ ପାଣି, କମିଟି ସଭାପତି ଅକ୍ରୁର ବରାଳ, ଆଲୁମିନୀ ସଭାପତି ଅସିତ୍ କୁମାର ମିଶ୍ର ଯୋଗ ଦେଇ ବିଦାୟୀ କର୍ମଚାରୀଙ୍କ ସମ୍ପର୍କରେ ମତ ରଖିଥିଲେ। ପ୍ରଥମେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଓ ଜଗନ୍ନାଥଙ୍କ ବିଗ୍ରହରେ ମାଲ୍ୟାର୍ପଣ ପ୍ରଦାନ ପରେ ଆନୁଷ୍ଠାନିକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା। ପ୍ରଧାନ ଶିକ୍ଷକ ଜଳନ୍ଧର ବେହେରା,ବସନ୍ତ ପ୍ରଧାନ, ଶିକ୍ଷକ ସନ୍ତୋଷ କୁମାର କୁଣ୍ଡୁ,ସିଆରସିସି ପବିତ୍ର ପଣ୍ଡା, ବିଜ୍ଞାନ ଶିକ୍ଷକ ରତ୍ନାକର ଚମ୍ପତି,ସବିତା ପାଢ଼ୀ, ଶ୍ରୀ ଶତପଥୀ ଙ୍କ କାର୍ଯ୍ୟଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ଶିକ୍ଷୟିତ୍ରୀ ଗୋଦାବରୀ ସ୍ୱାଇଁ , ସ୍ନେହଲତା ସାହୁ,ପୁଷ୍ପ ଗୁଚ୍ଛ ଓ ଉପଢ଼ୌକନ ପ୍ରଦାନ କରିଥିଲେ।ଶିକ୍ଷକ ମିହିର କୁମାର ମିଶ୍ର ,ସୌମ୍ୟ ରଞ୍ଜନ ବେହେରା,ସତ୍ୟବ୍ରତ ମିଶ୍ର ବିଦାୟ କାଳୀନ ସଭାରେ ଯୋଗଦାନ କରିଥିଲେ। ଶିକ୍ଷକ ବଳରାମ ଶବର, ସୁକୁମାର ନାୟକ ଓ ନିକୁ ପ୍ରଧାନ କାର୍ଯ୍ୟକ୍ରମ ଅତିଥି ମାନଙ୍କୁ ଉପଢୌକନ ପ୍ରଦାନ କରିଥିଲେ। ହିନ୍ଦୀ ଶିକ୍ଷୟିତ୍ରୀ ପଲିଶ୍ରୀ ସେଠୀ ଓ କ୍ରୀଡ଼ା ଶିକ୍ଷୟିତ୍ରୀ ନନ୍ଦିତା ରାଣୀ ବେହେରା ସାଂସ୍କୃତିକ କାର୍ଯକ୍ରମ ପରିଚାଳନା କରିଥିଲେ।,ରବି ବିଶ୍ଵାଳ,ଲଳିତ ସାହୁ ପ୍ରମୁଖ ସହଯୋଗ କରିଥିଲେ ଏବଂ ନିଜ ବାସଭବନ ଦାଶବିଦ୍ୟାଧରପୁରରେ ବିଦାୟୀ କର୍ମଚାରୀ ଙ୍କୁ ଆଡମ୍ବର ଭାବେ ବିଦାୟ ଦେଇଥିଲେ।। ଡେଲାଙ୍ଗ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୪/୭/୨୦୨୫----୭,୧୫ Sakhigopal News,4/7/2025