Breaking News

କଣାସରେ ଝାଡାବାନ୍ତି ବ୍ୟାପିଲା : ଦୂଷିତ ଜଳପାନ ମୁଖ୍ୟ କାରଣ


କଣାସ -----  ପୁରୀ ଜିଲ୍ଲା କଣାସ ବ୍ଲକର ଦୟାନଦୀ ଜଳ ଦୂଷିତ ଯୋଗୁଁ ଯାମଳଗୋଦା, ଗଡିଶାଗୋଦା, ଗୋପିନାଥପୁର ଗ୍ରାମପଞ୍ଚାୟତର ନୂଆଗାଁ, ନଈକୂଳପାଟଣା, ଯାଗୁଳେଇପଦର, କଳାପଦର, ଗୋପିନାଥପୁର, ଗଡିଶାଗୋଦା, ଯାମଳଗୋଦା ଗ୍ରାମରେ ଝାଡାବାନ୍ତିଲାଗି ୬ଜଣଙ୍କର ମୃତ ହୋଇଥିଲା । ଯାହାଫଳରେ କି ବ୍ଲକ, ଜିଲ୍ଲା ଓ ରାଜ୍ୟ ପ୍ରଶାସନର ନିଦ ହଜିଯାଇଥିଲା । ଦୁଇଦିନ ହେଲା ହରଷପଡା, ସିରେଇ, ନୂଆଦୋକନ୍ଦା, ଦୁପୁର, ଚୁପୁରିଙ୍ଗି, ବୈଦ୍ୟନାଥପାଟଣା, ଗୋପାଳପୁର, ସାନବିନ୍ଧଣ, ବାଲିପାଟଣା ଗ୍ରାମରେ ଝାଡାବାନ୍ତିରେ ୧୮ରୁ ଉର୍ଦ୍ଧ ବ୍ୟକ୍ତି ଆକ୍ରାନ୍ତ ହୋଇ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି । ସଂଧ୍ୟାରାଣୀ ପରିଡା ୨୭ବର୍ଷ, ବିଦୁଲତା ପରିଡା ୭୦ବର୍ଷ, ରଂଜନ ନାୟକ ୨୬ବର୍ଷ, ରଂଗବତୀ ବେହେରା ୪୨ବର୍ଷ, ଝୁନାମଣି ଜେନା, ବାସନ୍ତୀ ମହାପାତ୍ର ୫୫ବର୍ଷ, ଶୁଭମ୍ ପଟ୍ଟନାୟକ ୧୧ବର୍ଷ, ମଙ୍ଗୁଳି ବେହେରା ୮୫ବର୍ଷ, ରସ୍ମିତା ନାୟକ ୩୨ବର୍ଷ, ସତ୍ୟଜିତ୍ ବେହେରା ବାଲିପାଟଣା ୫ବର୍ଷ ଆଜି ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ରୋଗୀମାନେ ଚିକିତ୍ସା ହୋଇ ଘରକୁ ଫେରିଯାଇଛନ୍ତି । ମୁଖତଃ ପାନୀୟଜଳ ସମସ୍ୟାକୁ ନେଇ ଝାଡାବାନ୍ତି ବ୍ୟାପୁଥିବା ଡାକ୍ତରଙ୍କ ଠାରୁ ପ୍ରକାଶ । ଜିଲ୍ଲା ପ୍ରଶାସନ ତୁରନ୍ତ  ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି। କଣାସ ରୁ ସୁଜିତ ତ୍ରିପାଠୀ ଙ୍କ ରିପୋର୍ଟ,୪/୭/୨୦୨୫----୭,୨୫ Sakhigopal News,4/7/2025

Blog Archive

Popular Posts