ସାକ୍ଷୀଗୋପାଳ ରେ ଭାରତବନ୍ଦ ଡାକରା ସଫଳ: ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ
ସାକ୍ଷୀଗୋପାଳ,---- ୩୧୬ନଂ ଭୁବନେଶ୍ୱର --ପୁରୀ ଜାତୀୟ ରାଜପଥର ସାକ୍ଷୀଗୋପାଳ ବ୍ଳକ ଛକ ନିକଟରେ ବିଭିନ୍ନ ବର୍ଗର ଗାଡ଼ି ଚାଳକ ମାନେ ଭାରତ ବନ୍ଦ ଡାକରାକୁ ସଫଳ କରାଇଛନ୍ତି। ରାସ୍ତାର ଉଭୟ ପଟେ ଗାଡି ମଟର ଗୁଡିକ ଅଟକାଇ ରଖିଥିଲେ । ଯାହା ଫଳରେ କି ସାଧାରଣ ଲୋକମାନେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ମାତ୍ର ଜରୁରୀକାଳୀନ ସେବା ଗାଡ଼ି ମଟର ଗୁଡିକକୁ ଛାଡି ଦିଆଯାଇଥିଲା । ଏପରିକି ରାସ୍ତା ର ଉଭୟ ପାଶ୍ୱର୍ରେ ଶହ ଶହ ଗାଡ଼ି ମଟର ଗୁଡିକ ଅଟକି ରହିଥିଲା । ସେହିପରି ସାକ୍ଷୀଗୋପାଳ ବ୍ଳକ ପରିସରରେ ଥିବା ମହିଳା ଶିଶୁ ବିକାଶ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ନିଖିଳ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ସଂଘ ପକ୍ଷରୁ ବିଭିନ୍ନ ଦାବି ନେଇ ହରତାଳ କରିଥିବା ର ଦେଖାଯାଇଥିଲା। ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି ଙ୍କ ରିପୋର୍ଟ,୯/୭/୨୦୨୫----୮,୪୫ Sakhigopal News,9/7/2025