ସୁବର୍ଣ୍ଣପୁର ଗ୍ରାମରେ ଶ୍ରୀ ଶ୍ରୀ ତୃତୀୟା ଦେବ ଜୀଉଙ୍କ ରଥଯାତ୍ରା ଅନୁଷ୍ଠିତ
A procession of Sri Sri Tritiya Dev Ji was held in Subarnapur village
କଟକ--- ବାଙ୍କୀ ଉପଖଣ୍ଡ ସରଣ୍ଡା ଗଡ ସ୍ଥିତ ସୁବର୍ଣ୍ଣପୁର ଗ୍ରାମରେ ଥିବା ଶ୍ରୀ ଶ୍ରୀ ତୃତୀୟା ଦେବ ଜୀଉଙ୍କ ପୀଠରେ ଆଜି ରଥଯାତ୍ରା ପାଳନ କରାଯାଇଛି। ଆଜି ପ୍ରାତଃହରୁ ଶ୍ରୀ ଜୀଉଙ୍କ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବା ପରେ ବାଳଭୋଗ ଲାଗି କରାଯାଇଥିଲା।ତତ୍ପରେ ଖେଚୁଡ଼ି ,ପିତୀଅର୍ଣ୍ଣ ,ଡାଲମା ,ଅରୁଆ ଅର୍ଣ୍ଣ ,କ୍ରାନ୍ତିବରା ,କାକରା ଆଦି ଭୋଗ ଲାଗି କରାଯାଇଥିଲା । ବଳଭଦ୍ର ,ସୁଭଦ୍ରା ,ଜଗନ୍ନାଥଙ୍କୁ ବେଶ କରାଯାଇ ତୁଳସୀ ମାଳ ଓ ପୁଷ୍ପମାଲ୍ୟରେ ସୁସଜିତ ଭାବେ ସଜାଯାଇଥିଲା।ଶ୍ରୀ ଜୀଉଙ୍କ ମୁଖ୍ୟ ପୁରୋଧା ଖଗେନ୍ଦ୍ର ନାରାୟଣ ତ୍ରିପାଠୀ ଶ୍ରୀ ଜୀଉଙ୍କ ପୂଜାର୍ଚ୍ଚନା କରିବାପରେ ଛେରାପହଁରା କରିଥିଲେ।ତତ୍ପରେ ଶ୍ରୀ ଜୀଉ ରଥ ଉପରକୁ ବ୍ରାହ୍ମଣ ମାନେ ପହଣ୍ଡି ବିଜେ କରିଥିଲେ। ଶ୍ରୀ ଜୀଉଙ୍କ ପହଣ୍ଡି ବିଜେ ସମୟରେ ଘଣ୍ଟ ,ଘଣ୍ଟା ,କାହାଳି , ମୃଦଙ୍ଗ ଶବ୍ଦରେ ବଡଦାଣ୍ଡ ଉଛୁଳି ପଡିଥିଲା।ରଥରେ ଶ୍ରୀ ଜୀଉଙ୍କ ଦର୍ଶନ ନିମନ୍ତେ ଆଖପାଖଅଞ୍ଚଳର ହଜାର ହଜାର ଭକ୍ତ ଜୀଉଙ୍କ ଦର୍ଶନ କରିବା ସହିତ ଆଶ୍ରିବାଦ ଭିକ୍ଷା ଗ୍ରହଣ କରିଥିଲେ। ଭକ୍ତମାନେ ଅତି ଆନନ୍ଦ ଉଲ୍ଲାସର ସହିତ ରଥ ଟାଣି ଥିଲେ ।ଗୁଣ୍ଡିଚା ମନ୍ଦିର କୁ ଯାତ୍ରା କରୁଥିବା ସମୟରେ ବାଟରେ ମାଉସି ଘର ଠାରେ ଅଟକି ସେଠାରେ ଗଜାମୁଗ ଓ ପୋଡପିଠା ଖାଇ ଗୁଣ୍ଡିଚା ଘରକୁ ଯାଇଥିଲେ।ଆଜି ରାତ୍ରରେ ଶ୍ରୀ ଜୀଉ ରଥ ଉପରେ ରହି ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିବେ ବୋଲି ବ୍ରାହ୍ମଣ ସେବାୟତ ମାନେ ପ୍ରକାଶ କରିଛନ୍ତି। ଦେବୀ ପ୍ରସାଦ ପଣ୍ଡା ,ବାଦଲ ପଣ୍ଡା ,ଦୀପ୍ତି ରଞ୍ଜନ ପଣ୍ଡା ,ଶୁଭେନ୍ଦୁ କୁମାର ମହାପାତ୍ର ,ଜନ୍ମେଜୟ ପଣ୍ଡା ,ରଞ୍ଜନ କୁମାର ପଣ୍ଡା ,ରାଜେଶ କୁମାର ପଣ୍ଡା ,ବିଶ୍ୱରଂଜନ ପଣ୍ଡା ,ପ୍ରିୟରଞ୍ଜନ ପଣ୍ଡା ,ଚୈତନ୍ୟ ପଣ୍ଡା ,ସଂଜୀବ କୁମାର ମହାପାତ୍ର ,ଲକ୍ଷ୍ମୀଧର ପଣ୍ଡା ,ଭୁବନାନନ୍ଦ ପଣ୍ଡା ,ପ୍ରତାପ ପଣ୍ଡା , ଆଶିଷ ପଣ୍ଡା ,ସୁବ୍ରତ କୁମାର ମହାପାତ୍ର , ଅଜିଆ ପଣ୍ଡା ,କାହ୍ନ। ପଣ୍ଡା ,ସତ୍ୟବ୍ରତ ପଣ୍ଡା ପ୍ରମୁଖ ବ୍ରାହ୍ମଣ ସେବାୟତ । କାହାଳିଆ ନୀଳମଣି ମହାପାତ୍ର ,ସାରଥୀ ଡୋଲିଆ ଦାସ ,ଠେକାଦାର ସହଦେବ ସେଠି ଙ୍କ ସମେତ ମାଳାକାର ,ଟହଲ ଙ୍କ ସମେତ ସମସ୍ତ ନିଯୋଗୀ ମାନେ ଶ୍ରୀ ଜୀଉଙ୍କ କାର୍ଯ୍ୟରେ ନିୟୋଜିତ ଥିଲେ। ଜିଲାପରିଷଦ ରଶ୍ମିରେଖା ପଣ୍ଡା ,ଗ୍ରାମ୍ୟ କମିଟି ସଭାପତି ରମେଶ ସେଠି ,ଭୁବନାନନ୍ଦ ପଣ୍ଡା ,ଉପସଭାପତି ଗନ୍ଧର୍ବ ଦଳେଇ ,ପ୍ରାକ୍ତନ ସଭାପତି ପୂର୍ଣ୍ଣଚନ୍ଦ୍ର ଦଳେଇ ,ପ୍ରାକ୍ତନ ସରପଞ୍ଚ ବେଣୁଧର ଦାସ ,ତରୁଣ କୁମାର ମହାପତ୍ର, ସମେତ ଗ୍ରାମ୍ୟ କମିଟି ସଦସ୍ୟ ଙ୍କ ସମେତ ଗ୍ରାମବାସୀ ଏହି ରଥଯାତ୍ରା ଶାନ୍ତି ଶୃଙ୍ଖଳା ସହିତ ଶେଷ ହୋଇଛି। କଟକ ଜିଲ୍ଲା ପ୍ରତିନିଧି ମୃତ୍ୟୁଞ୍ଜୟ ପ୍ରଧାନ ଙ୍କ ରିପୋର୍ଟ,୨/୭/୨୦୨୨---