Breaking News

କଣାସରେ କଲବଲ କରୁଛି ହଇଜା ; କମିବାର ନାଁ ଧରୁ ନାହିଁ


କଣାସ --- ପୁରୀ ଜିଲ୍ଲା କଣାସ ବ୍ଲକରେ କିଛି ଦିନ ତଳେ ଦୟାନଦୀ ଜଳ ଦୂଷିତ ଯୋଗୁଁ ଯାମଳଗୋଦା, ଗଡିଶାଗୋଦା, ଗୋପିନାଥପୁର ପଂଚାୟତର ନୂଆଗାଁ, ନଈକୂଳପାଟଣା, ଯାଗୁଳେଇପଦର, କଳାପଦର, ଯାମଳଗୋଦା ଗ୍ରାମରେ ଝାଡାବାନ୍ତି ଲାଗି ୬ଜଣଙ୍କର ମୃତ ହୋଇଥିଲା  ଛ"ଦିନ ହେଲା ହରଷପଡା, ସିରେଇ,କଣାସ, ନୂଆଦୋକନ୍ଦା, ଦୁପୁର, ଚୁପୁରିଙ୍ଗି,କଉଡ଼ିଖଣି , ବୈଦ୍ୟନାଥପାଟଣା, ଗୋପାଳପୁର, ସାନବିନ୍ଧଣ, ଜଗନ୍ନଥପୁର,ହାଟମାଇନ୍ଦିପୁର, ବାଲିପାଟଣା ଗ୍ରାମରେ ଝାଡାବାନ୍ତିରେ ୧୦ ଜଣରୁ ଅଧିକ ଲୋକ  ଆକ୍ରାନ୍ତ ହୋଇ କଣାସ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ରୋଗୀମାନେ ଚିକିତ୍ସା ହୋଇ ଘରକୁ ଫେରିଯାଇଛନ୍ତି । ମୁଖତଃ ପାନୀୟଜଳ ସମସ୍ୟାକୁ ନେଇ ଝାଡାବାନ୍ତି ବ୍ୟାପୁଥିବା ଜଣାପଡିଛି । କଣାସ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ଡ଼ାକ୍ତର ଓ ସ୍ୱାସ୍ଥ୍ୟକର୍ମୀ ମାନେ ଘଟଣା ସ୍ଥଳକୁ ଯାଇ ପରିସ୍ଥିତି ଉପରେ ସଚେତନତା ଉପରେ ଗୁରୁତ୍ୱ ଦେଇ ଫେରି ଆସିଛନ୍ତି  | ଅତୀତରେ ହଇଜାକୁ କେନ୍ଦ୍ରକରି ମନ୍ତ୍ରୀ,ବିଧାୟକ ଓ ବରିଷ୍ଟ ସ୍ୱାସ୍ଥ୍ୟଅଧିକାରୀମାନେ ଆସି କଣାସ ଅଂଚଳରେ ହଇଜା ନିରାକଣ ନିମନ୍ତେ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିଥିଲେ ମଧ୍ୟ ହଇଜା ଆଦୌ କଣାସ ଛାଡିବାକୁ ପ୍ରସୂତ ନୁହେଁ |  ଏହି କାରଣରୁ କଣାସ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି |ଯଦି ସରକାରଙ୍କ ତରଫରୁ ବ୍ୟପାକ ବ୍ୟବସ୍ଥା ଗ୍ରହଣ କରାନଯାଏ ତେବେ କଣାସ ଆଞ୍ଚରେ ମହାମାରୀ ସୃଷ୍ଟି ହେବାର ଆଶଙ୍କା କରାଯାଉଛି ବୋଲି ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବିମାନେ କହନ୍ତି। କଣାସ ରୁ ସୁଜିତ ତ୍ରିପାଠୀ ଙ୍କ ରିପୋର୍ଟ ,୮/୭/୨୦୨୫----୮,୪୫ Sakhigopal News,8/7/2025

Blog Archive

Popular Posts