ୟୁବି ହାଇସ୍କୁଲରେ ଏନ୍ ସିସି ପକ୍ଷରୁ ବନ ମହୋତ୍ସବ ପାଳିତ
ଭଞ୍ଜନଗର ---- : ସ୍ଥାନୀୟ ପି ଏମ୍ ଶ୍ରୀ ଉପେନ୍ଦ୍ର ଭଞ୍ଜ ( ସରକାରୀ ) ଉଚ୍ଚ ବିଦ୍ୟାଳୟ,ଭଞ୍ଜନଗରରେ ବନ ମହୋତ୍ସବ ( ଓ୍ବାନ୍ କେଡେଟ୍ ଓ୍ବାନ୍ ଟ୍ରୀ ଓ ଏକ୍ ପେଡ୍ ମାଁ କେ ନାମ୍ - ୨.୦ ) ପାଳିତ ହୋଇଯାଇଛି। ଉପେନ୍ଦ୍ର ଭଞ୍ଜ ଉଚ୍ଚ ବିଦ୍ୟାଳୟର ଏନ୍ ସି ସି ଅଫିସର ତଥା ଇକୋକ୍ଲବର ଆବାହକ ଶ୍ୟାମା ପ୍ରସାଦ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଯୋଗ ଦେଇଥିଲେ ବିଦ୍ୟାଳୟର ଛାତ୍ରଛାତ୍ରୀ ତଥା ସମସ୍ତ ଏନ୍ ସି ସି କ୍ୟାଡେଟ୍ ଇକୋକ୍ଲବର ଅଗ୍ରଗାମୀ ବାର୍ତ୍ତାବହ ଭାବରେ l କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ମଦନମୋହନ ରଥ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ପ୍ରଥମଭାଗରେ ବନମହୋତ୍ସବ ଓ ସବୁଜ ପୃଥିବୀର ଆବଶ୍ୟକତା ସଂପର୍କିତ ମତ ରଖିଥିଲେ । ଆଗାମୀ ଦିନରେ ଏହି ବିଦ୍ୟାଳୟକୁ ଏକ ପ୍ଲାଷ୍ଟିକ ମୁକ୍ତ ତଥା ସବୁଜିମା ଭରା ବିଦ୍ୟାଳୟରେ ପରିଣତ କରାଯିବl ନିମନ୍ତେ ସଂକଳ୍ପ ଗ୍ରହଣ କରାଯାଇଥିଲା । ଇକୋ କ୍ଲବ୍ ଆବାହକ ଶ୍ରୀ ମିଶ୍ର ଓ ଅତିଥି ଗଣ ବିଦ୍ୟାଳୟରେ ଏକ ବୃକ୍ଷ ରୋପଣ କରିଥିଲେ । ଶ୍ରୀ ରଥ ଏହି ଦିବସର ଗୁରୁତ୍ୱ ସଂପର୍କରେ କ୍ୟାଡେଟମାନଙ୍କୁ ବୁଝାଇଥିଲେ ଏବଂ ପ୍ରତ୍ୟେକ କ୍ୟାଡେଟ ଙ୍କୁ ଗୋଟିଏ ଲେଖାଏଁ ଗଛ ଲଗାଇବା କିମ୍ବା ବଞ୍ଚାଇବା ଦାୟିତ୍ଵ ଦିଆଯାଇଥିଲା । ଶ୍ରୀ ନାହାକ "ସବୁଜିମା କୋଳରେ, ହସଖୁସି ଖେଳେରେ " ଓ ଶ୍ରୀ ମିଶ୍ର କହିଥିଲେ ବନ ବଞ୍ଚିଲେ, ବଞ୍ଚିବେ ଜନ " ବୋଲି ସ୍ଲୋଗାନ ଦେଇଥିଲେ ଏବଂ ଛାତ୍ର ଛାତ୍ରୀ ଏହାକୁ ଦୋହରାଇ ଥିଲେ । ଇକୋକ୍ଲବ ମେମ୍ବର ଶିକ୍ଷକ ଉମାକାନ୍ତ ନାହାକ , ପ୍ରଶାନ୍ତ କୁମାର ପ୍ରଧାନ , ବିଳାସିନୀ ଜେନା , ସ୍ୱପ୍ନେଶ୍ୱରୀ ଦିଗାଲ୍ , ସନ୍ତୋଷ ବେହେରା , ଅମିତ କୁମାର ବେହେରା , ବିଷ୍ଣୁ ପ୍ରିୟା ସ୍ୱାଇଁ, ଜ୍ୟୋତ୍ସ୍ନା ରାଣୀ ନାୟକ , ନମିତା କୁମାରୀ ବିଷୋୟୀ ସନ୍ତୋଷ ବେହେରା , ଅମିତ କୁମାର ବେହେରା , ବିଷ୍ଣୁ ପ୍ରିୟା ସ୍ୱାଇଁ, ସୁରେଶ ପ୍ରଧାନ, ସୁନିଲ୍ ବେହେରା, ବନିତା ସ୍ବାଇଁ , କାଜଲ ବେହେରା, ଶୁଚିସ୍ମିତା ପ୍ରଧାନ, ଗଙ୍ଗାକଲ୍ଯାଣୀ କହଁର, ବିଭୁ ମହିମା ପ୍ରଧାନ, ଜ୍ୟୋତ୍ସ୍ନା ରାଣୀ ନାୟକ , ଇକୋକ୍ଲବ ଉପଦେଷ୍ଟା ଶଙ୍କର ପ୍ରସାଦ ପଟ୍ଟନାୟକ ପ୍ରମୁଖ ଓ ଅନ୍ୟାନ୍ୟ ସମସ୍ତ କର୍ମଚାରୀ ଏହି୨୫ କାର୍ଯ୍ୟକ୍ରମରେ ସକ୍ରିୟ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ଇକୋକ୍ଲବ ମେମ୍ବର ମାନଙ୍କୁ ଶ୍ରୀ ନାହାକ ସାଧୁବାଦ ଜ୍ଞାପନ କରିଥିଲେ । ଭଞ୍ଜନଗର ରୁ ରବୀନ୍ଦ୍ର ପ୍ରଧାନ ଙ୍କ ରିପୋର୍ଟ,୮/୭/୨୦୨୫---୮,୨୫ Sakhigopal News,8/7/2025