ମଟର ସାଇକେଲ ଧକାରେ ଦୁଇ ଆହତ
Two injured in motorcycle crash.
ସାକ୍ଷୀଗୋପାଳ -----୩୧୬ନଂ ଜାତୀୟ ରାଜପଥର କାଦୁଆ ଛକ ନିକଟରେ ଠିଆ ହୋଇଥିବା ଡେଲାଙ୍ଗ ଅଞ୍ଚଳରପୂର୍ଣ୍ଣଚନ୍ଦ୍ର ଭୋଇ ଓ ହେମନ୍ତ ଭୋଇଙ୍କୁ ଏକ ମଟର ସାଇକେଲ ଧକ୍କା ଦେଇ ପଳାଇ ଯାଇଛି । ସମ୍ପର୍କରେ ସେମାନେ କକା, ପୁତୁରା ହେବେ । ଗୁରୁତର ଆହତ ହୋଇ ସାକ୍ଷୀଗୋପାଳ ମେଡିକାଲରେ ଚିକିତ୍ସା ହେଉଛନ୍ତି । ଏ ସମ୍ପର୍କରେ ହେମନ୍ତଙ୍କ ମା କୁସୁମ ଭୋଇ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି । ମଟର ସାଇକେଲ ନଂ-ଓଡି-୧୩ ଏମ- ୬୯୮୩ ବୋଲି ଏତଲାରେ ଉଲ୍ଲେଖ କରିଛନ୍ତି । ତାଙ୍କ ଅଭିଯୋଗ କ୍ରମେ ସତ୍ୟବାଦୀ ଥାନାରେ ୪୪/୨୨ରେ ଏକ କେସରୁଜ କରାଯାଇ ତଦନ୍ତ ଜାରି ରହିଥିବା ନେଇ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୩/୨/୨୦୨୨---୬,୨୫
Sakhigopal News, 3/2/2022