ସତ୍ୟବାଦୀରେ ପଞ୍ଚାୟତ ନିର୍ବାଚନରେ ଦୁଇଟି ମହିଳା ବୁଥ କରାଯାଇଛି
In Satyavadi, two women's booths have been set up in the panchayat elections.
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକରେ ୨୦ତାରିଖରେ ହେବାକୁ ଯାଉଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଦୁଇଟି ପିଙ୍କ ବୁଥ କରାଯାଇଛି । ବୁଥରେ ମହିଳା ପ୍ରିଂଜାଇଡିଂ ଅଫିସରଙ୍କ ଠାରୁ ମହିଳା ପୋଲିସ ସେଠାରେ ଉପସ୍ଥିତ ରହିବେ । ସତ୍ୟବାଦୀରେ ଏଥର ମଡେଲ ବୁଥ କରାଯାଇନାହିଁ । ଯେଉଁ ପିଙ୍କ ବୁଥ କରାଯାଇଛି ଦୁଇଟି ମଧ୍ୟରୁ ଗୋଟିଏ ହେଲା ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ, ଜୟପୁର । ବୁଥ ନଂ ୯ । ଏଠାରେ ୪୨୬ ଜଣ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨୦୭ ଜଣ ପୁରୁଷ ୨୧୯ ଜଣ ମହିଳା ରହିଛନ୍ତି । ସେହିପରି ପେଣ୍ଟପଡା ଗ୍ରାମ ପଞ୍ଚାୟତର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ୬ନଂ ୱାର୍ଡକୁ ପିଙ୍କ ବୁଥ ଭାବେ ବ୍ଳକ ପ୍ରଶାସନ ନେଇଛି । ଏଠାରେ ମଧ୍ୟ ସମସ୍ତ ଅଧିକାରୀ ମହିଳା କର୍ମଚାରୀ ରହିବା ସହ ମହିଳା ପୋଲିସ ଏଠାରେ ରହିବେ । ୨୨୭ ଜଣ ଭୋଟର ରହିଥିବା ବେଳେ ୧୧୭ ଜଣ ପୁରୁଷ ରହିଥିବା ବେଳେ ୧୧୦ ଜଣ ମହିଳା ଏହି ବୁଥରେ ନିଜର ମତଦାନ କରିବେ ବୋଲି ବ୍ଳକ ପ୍ରଶାସନ ପକ୍ଷରୁ ତଥା ବ୍ଳକ ନିର୍ବାଚନ ଅଧିକାରୀ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । ସେହିପରି ସଂଧ୍ୟା ସୁଦ୍ଧା ସତ୍ୟବାଦୀ ବ୍ଳକର ୩୦୫ ଗୋଟି ବୁଥରେ ପ୍ରିଜାଇଡିଂ ଅଫିସର ଙ୍କ ସହିତ ଭୋଟ ବାଲଟ ପେପର, , ବାକ୍ସ, କାଳି, ଅଠା ଅନ୍ୟ ସମସ୍ତ ସ୍ରମାଗ୍ରୀ ପହଞ୍ଚି ଯାଇଥିବ ବୋଲି ବ୍ଳକର ଭାରପ୍ରାପ୍ତ ଜିପିଓ ସୌଭାଗ୍ୟ ରଞ୍ଜନ କରଙ୍କ ଠାରୁ ସୁଚନା ମିଳିଛି ।In Satyavadi, two women's booths have been set up in the panchayat elections.
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୭/୨/୨୦୨୨---୯,୩୦
Sakhigopal News,17/2/2022