କାର୍ଯ୍ୟରତ ସାମ୍ବଦିକଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା; ଅଭିଯୁକ୍ତଙ୍କୁ ଗିରଫ ଦାବି
Condemned the attack on working journalists; Demands arrest of accused.
ସାକ୍ଷୀଗୋପାଳ ---- ପିପିଲି ବ୍ଳକର ଜଣେ କାର୍ଯ୍ୟରତ ସାମ୍ବାଦିକ ବିଜୟ ମହାପାତ୍ରଙ୍କୁ ମରଣାତ୍ମକ ଆକ୍ରମଣକୁ ସତ୍ୟବାଦୀ ଓ ଡେଲାଙ୍ଗର କାର୍ଯ୍ୟରତ ସାମ୍ବାଦିକ ମାନେ ନିନ୍ଦା କରିଛନ୍ତି । ଏପରିକି ପିପିଲି ବ୍ଳକର ଜିଲ୍ଲାପରିଷଦ ସଭ୍ୟ ଧରଣୀଧର ସାହୁ ନିର୍ବାଚନ ପ୍ରଚାର ସମୟରେ ତାଙ୍କୁ ଆକ୍ରମଣ କରାଯାଇଥିଲା । ଏହି ଖବର ପାଇ ସାମ୍ବାଦିକ ଶ୍ରୀ ମହାପାତ୍ର ଘଟଣା ସ୍ଥଳରେ ପହଞ୍ଚି ଫଟୋ ଉଠାଉଥିବା ସମୟରେ ତାଙ୍କୁ ଆକ୍ରମଣ କରାଯାଇଛି । ଏହାକୁ ସତ୍ୟବାଦୀ ଓ ଡେଲାଙ୍ଗର ସାମ୍ବାଦିକ ମାନେ ଘୋର ନିନ୍ଦା କରିବା ସହ ତୁରନ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ପୁରୀ ଏସପିଙ୍କୁ ନିବଦେନ କରାଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୫/୨/୨୦୨୨----୫,୪୫
Sakhigopal News, 15/2/2022