Breaking News

ପ୍ରଥମ ଗଣତିରେ ବିଜେଡିର ପଲା ଭାରି ରହିବ;9ଗୋଟି ସମିତିସଭ୍ୟରୁ 7ଗୋଟି ସମିତିସଭ୍ୟ ବିଜେଡି ହାତରେ

In the first count, the BJD's turn will be heavy; 7 out of 9 committee members are in the hands of BJD.

ସାକ୍ଷୀଗୋପାଳ--- ସତ୍ୟବାଦୀରେ ୩୧ ନଂ ଜୋନ ଭୋଟ ଗଣତି ହେବ । ଉକ୍ତ ଜୋନରେ ୯ ଗୋଟି ଗ୍ରାମ ପଞ୍ଚାୟତ ରହିଛି । ସେ ଗୁଡିକ ହେଲା ଅଳଗୁମ, ଶୁକଳ, ଆଳିସ, ନରେନ୍ଦ୍ରପୁର, ମଧୁବନ, ସାଣ୍ଢରାଶାସନ, ଦାସବିଦ୍ୟାଧରପୁର, ନୂଆସମେଶ୍ୱରପୁର ଓ ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତ ରହିଛି । ଏହି ୯ ଗୋଟି ଗ୍ରାମ ପଞ୍ଚାୟତ ମଧ୍ୟରୁ ୭ ଗୋଟି ଗ୍ରାମ ପଞ୍ଚାୟତର ସମିତି ସଭ୍ୟସଭ୍ୟା ମାନେ ବିଜେଡି ଦଳ ସହିତ ହାତ ମିଶାଇବେ ବା ବିଜେଡି ଦଳ ସହିତ ରହିବେ । ବୀରରାମଚନ୍ଦ୍ରପୁର ଓ ମଧୁବନ ଗ୍ରାମ ପଞ୍ଚାୟତର ସମିତିସଭ୍ୟ ପ୍ରାର୍ଥୀ ବିଜେଡି ଦଳକୁ ସମର୍ଥନ କରିବେ କି ନାହିଁ ଏବେ ତାହା ସନ୍ଦେହ ଘେରରେ ରହିଛି । ସେ ଯାହା କିଛି ହେଉନା କାହିଁକି ପ୍ରଥମ ଦିନରେ ବିଜେଡି ଦଳର ପଲା ଭାରି ରହିବ ବୋଲି ରାଜନୈତିକ ସମୀକ୍ଷକ ମାନେ ମତ ପ୍ରକାଶ କରିଛନ୍ତି । ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷ ପଦବୀ ହାତେଇବା ପାଇଁ ବିଜେଡି ଦଳକୁ ୨୪ ଗୋଟି ସମିତିସଭ୍ୟ ପଦବୀ ମଧ୍ୟରୁ ୧୩ରୁ ଅଧିକ ଆସନ ଦରକାର । ଦେଖାଯାଉ ଭୋଟ ଗଣତି ପରେ ଅଙ୍କ ଠିକ ରହୁଛି ନା ଭୁଲ ହେଉଛି ତାହା ସମୟ ହିଁ କହିବ ।

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୫/୨/୨୦୨୨---୭,୧୦

Sakhigopal News, 25/2/2022

Blog Archive

Popular Posts