ଡେଲାଙ୍ଗରେ ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଶେଷ ; ୭୩.୫୬ ମତଦାନ ହୋଇଛି , ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଷ୍ଟଙ୍ଗରୁମ ଲକରରେ
Elections ended peacefully in Delang; With 73.54 votes cast, the fate of the candidate is now in the stuntroom locker
ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ରାଜନୀତି ଏବେ ବହୁ ବଦଳିଯାଇଛି । ଆଗ ପରି ଆଉ ରାଜନିତି ନାହିଁ ବା ବୁଥ ଦଖଲ, ଗଣ୍ଡଗୋଳ ନାହିଁ । ଶାନ୍ତିପୂର୍ଣ୍ଣ ଭାବେ ନିର୍ବାଚନ ଶେଷ ହୋଇଛି । ଡେଲାଙ୍ଗ ବ୍ଳକ୨୧ ଗୋଟି ଗ୍ରାମ ପଞ୍ଚାୟତ ରହିଥିବା ବେଳେ ତିନିଗୋଟି ଜିଲ୍ଲାପରିଷଦ ଜୋନ ରହିଛି । ସେ ଗୁଡିକ ହେଲା ୧୫, ୧୬ ଓ ୧୭ ନଂଜୋନ । ୧୩ ଜଣ ଜିଲ୍ଲାପରିଷଦ ସଭ୍ୟ ନିର୍ବାଚନ ମଇଦାନରେ ରହିଥିବା ବେଳେ ୧୦୨ ଜଣ ସରପଞ୍ଚ ଓ ୭୬ ଜଣ ସମିତିସଭ୍ୟ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି । ୨୯୭ ଟି ବୁଥ ରହିଥିବା ବେଳେ ୧ଲକ୍ଷ ୨୫୫୨ଜଣ ଭୋଟର ରହିଛନ୍ତି । ଆଜି ଭୋଟର ମାନେ ସେମାନଙ୍କର ମତଦାନ କରିଛନ୍ତି । କାଁ ଭାଁ କେତେକ ବୁଥରେ ପାଟିତୁଣ୍ଡ ହୋଇଥିବାର ଜଣାପଡିଛି । ଅନେକ ବୁଥରେ ଭୋଟର ମାନେ ଦୀର୍ଘ ସମୟ ଧରି ଠିଆ ହେବାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ବିଶେଷ କରି ସୁଚନାପୁର ଗ୍ରାମ ପଞ୍ଚାୟତର ୧୧ ଓ ୧୨ ନଂ ବୁଥରେ ଭୋଟରଙ୍କ ନାମ ଏପଟ ସେପଟ ହୋଇଥିବାରୁ ଏହାକୁ ନେଇ ସେଠାରେ କିଛି ସମୟ ପାଇଁ ମତଦାନ ବନ୍ଦ ରହିଥିଲା । ବିଡିଓ ତଥା ବ୍ଳକ ନିର୍ବାଚନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀ ଓ ତହସିଲଦାର ବୁଧରେ ପହଞ୍ଚି ଲୋକମାନଙ୍କ ସହିତ ଆଲେଚନା କରିବା ପରେ ମତଦାନ ଚାଲିଥିବାର ଜଣାପଡିଛି । ଆଜି ଡେଲାଙ୍ଗ ବ୍ଳକରେ ୭୩,୫୬ ଶତକଡା ମତଦାନ ହୋଇଛି । ସେଥିମଧ୍ୟରୁ ପୁରୁଷ ୩୮ ହଜାର ୮୨୫ ଜଣ ଓ ମହିଳା ୩୬ ହଜାର ୬୨୭ ଜଣ ମତଦାନ ସାବ୍ୟସ୍ତ କରିଥିବା ନିର୍ବାଚନ ଅଧିକାରୀ ଦିଲ୍ଲୀପ କୁମାର ଷଡଙ୍ଗୀଙ୍କ ଠାରୁ ସୁଚନା ମିଳିଛି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୨/୨/୨୦୨୨---୬,୪
Sakhigopal News, 22/2/2022