ଭୁଲ କାହାର; ଭୋଟର ଓ ପ୍ରାର୍ଥୀ ଏବେ କରିବେ କ’ଣ
Who's wrong; What will voters and candidates do now?
ଡେଲାଙ୍ଗ ------- ଡେଲାଙ୍ଗ ବ୍ଳକରେ ଆଜି ପଞ୍ଚାୟତ ନିର୍ବାଚନ ହେବ । ପ୍ରାର୍ଥୀଙ୍କ ଠାରୁ ବ୍ଳକ ପ୍ରଶାସନ ସମସ୍ତେ ବ୍ୟସ୍ତ ରହିଛନ୍ତି । ମାତ୍ର ଏପରି ଏକ ଖବର ନଜରକୁ ଆସିଛି ଯାହାକି ଶୁଣିଲେ ଗୋଡତଳୁ ମାଟି ଖସିପଡୁଛି । ଭୁଲ କାହାର, କିଏସେ ଦାୟୀ । ଏହି ଭୁଲ ପାଇଁ ଉକ୍ତ ବୁଥରେ ଗଣ୍ଡଗୋଳ ହେବାର ଜଣାପଡିଛି । କ’ଣ ହେବ କହି ହେବନାହିଁ । ସୁଚନାଯୋଗ୍ୟ ଯେ ଡେଲାଙ୍ଗ ବ୍ଳକର ସୁଜନପୁର ଗ୍ରାମ ପଞ୍ଚାୟତର ୧୧ନଂ ବୁଥ ଓ ୧୨ ନଂ ବୁଥ ମଧ୍ୟରେ ଦେଖାଯାଇଛି ଅସୁବିଧା । ୧୧ନଂ ବୁଥରେ ୩ଜଣ ୱାର୍ଡ ସଭ୍ୟ ପାଇଁ ପ୍ରତିଯୋଗିତା କରୁଛନ୍ତି । ଉକ୍ତ ବୁଥରେ ପ୍ରାୟ ୨୫୭ ଜଣ ଭୋଟର ରହିଥିଲେ । ମାତ୍ର ଏହି ନିର୍ବାଚନରେ ଉକ୍ତ ବୁଥରେ ୪୫୭ ଜଣ ଭୋଟର ରହିଛନ୍ତି । ଏତେ ଭୋଟର କେଉଁଠାରୁ ଆସିଲେ ଦେଖିବା ବେଳକୁ ୧୨ନଂ ବୁଥର ପ୍ରାୟ ୨ଶହ ଭୋଟରଙ୍କ ନାମ ୧୧ ବୁଥରେ ରହିଛି । ୧୨ ନଂବୁଥରେ ୱାର୍ଡ ସଭ୍ୟ ପାଇଁ ପ୍ରତିଯୋଗିତା ନାହିଁ । ଏଣୁ ୧୨ ନଂ ବୁଥର ଭୋଟର ମାନେ ଏବେ କେଉଁବୁଥରେ ଭୋଟ ଦେବେ । ଯଦି ୧୧ନଂ ବୁଥରେ ଭୋଟ ଦିଅନ୍ତି ତାହେଲେ ୱାର୍ଡ ସଭ୍ୟ ପାଇଁ ଭୋଟ କାହାକୁ ଦେବେ । ତାଙ୍କର ୱାର୍ଡ ସଭ୍ୟ ଏମାନେ ନୁହନ୍ତି । ଅନ୍ୟ ପକ୍ଷେ ନିଶ୍ଚିତ ଭାବେ କିଛି ଭୋଟର ଦୁଇ ଦୁଇ ଥର ମତଦାନ କରିବେ ଏଥିରେ କୌଣସି ସନ୍ଦେହ ନାହିଁ । ହାତରେ ଯେଉଁ କାଳି ଲାଗୁଛି ତାହା ଛାଡି ଯାଉଥିବା କିଛି ଭୋଟର ମାନେ କହନ୍ତି । ଏଣୁ ସୁଜନପୁର ପଞ୍ଚାୟତର ଏହି ଦୁଇ ବୁଥରେ ଭୋଟର ମାନେ କ’ଣ କରିବେ ତାହା ଜଣାପଡିନାହିଁ । ଏ ସମ୍ପର୍କରେ ଜଣେ ସମାଜସେବୀ ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କୁ ସମସ୍ତ ପ୍ରମାଣପତ୍ର ସହ ଦେଖାଇବା ପରେ ସେ ନିରୁପାୟ ବୋଲି କହିଥିଲେ ।ତୁରନ୍ତ ପୁରୀ ଜିଲ୍ଲାପାଳ ଏହି ଦୁଇଟି ବୁଥରେ ହୋଇଥବା ତ୍ରୁଟି ତୁରନ୍ତ ସମାଧାନ କରିବା ପାଇଁ ଗ୍ରାମବାସୀ ଓ ସଚେତନ ଭୋଟର ମାନେ ନିବେଦନ କରିଛନ୍ତି ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨୧/୨/୨୦୨୨---୬,୫୦
Sakhigopal News, 21/2/2022