ଜଙ୍ଗଲରେ ନିଆଁ ନ ଲାଗିବା ନିମନ୍ତେ ଏକ ଦିନିକିଆ ତାଲିମ୍ ଶିବିର
ଭଞ୍ଜନଗର---ଉତ୍ତର ଘୁମୁସର ବନଖଣ୍ଡ ଅଧିନସ୍ଥ କେନ୍ଦ୍ରିୟ ବନ୍ୟଞ୍ଚଳ ଅନ୍ତର୍ଗତ ଗାଙ୍ଗପୁର ସେକ୍ସନ ର ଆସ୍କା ଵ୍ଳକ ଅଧିନସ୍ଥ ମୁନିଗାଡି ପଞ୍ଚାୟତର ମାଳତୀ ଗ୍ରାମରେ ଥିଵା ମାଳତୀ ଵନସୁରକ୍ଷା ସମିତି ପକ୍ଷରୁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ସଭ୍ୟ ସଭ୍ୟା, ଜଙ୍ଗଲ ଓ ପରିବେଶ ପ୍ରେମି ମାନେ ଯୋଗ ଦେଇଥିଲେ । ଅଧିକାରୀ ଶ୍ରୀ କୁମର ବେହେରା ଙ୍କ ତତ୍ବାବଧାନରେ ଆୟୋଜନ କରାଯାଇଥିବା ଏହି ତାଲିମ୍ ଶିବିରରେ ଫରେଷ୍ଟର ଶ୍ରୀ G.Venket Rao Dora,ଫରେଷ୍ଟ ଗାର୍ଡ ଶ୍ରୀମତି ଵିଗ୍ୟାନୀ ବେହେରା,ଏଫ୍.ଏମ୍.ୟୁ ସଂଯୋଜକ ଶ୍ରୀ ପ୍ରଶାନ୍ତ କୁମାର ସାହୁ ଓ ଶ୍ରୀ ସନ୍ତୋଷ କୁମାର ଡାକୁଆ ଯୋଗଦେଇ ଜଙ୍ଗଲ କୁ ନିଆଁ ଦାଉରୁ କିପରି ରକ୍ଷା କରାଯିବ,ଓ ଜଂଗଲ ରେ କିପରି ନିଆଁ ଲାଗେ ଓ ତାରପ୍ରତିକାର କିପରି କରାଯିବ ଜଂଗଲରେ ଅଗ୍ନି ନିରୋଧ ରେଖା ନିର୍ମାଣ କରିବା, ଲୋକମାନଙ୍କୁ ନେଇ ସଚେତନ ଶିବିର ଆୟୋଜନ କରିବା ସହ ଆଲୋଚନା କରାଯାଇଥିଲା । ଜଙ୍ଗଲର ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଇ ଶିବିର ଉଦଯାପିତ ହୋଇଯାଇଛି । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୯/୨/୨୦୨୨----୮,୪୫ Sakhigopal News,19/2/2022