ବିଦ୍ୟାଳୟରେ ବିଶ୍ୱ ମାତୃଭାଷା ଦିବସ ପାଳିତ
The school celebrates World Mother Language Day.
ସାକ୍ଷୀଗୋପାଳ ----ପ୍ରତିବର୍ଷ ଫେବୃୟାରୀ ମାସ ୨୧ ତାରିଖକୁ ବିଶ୍ୱ ମା୍ତୃଭାଷା ଦିବସ ଭାବେ ପାଳିତ ହୋଇ ଆସୁଛି । ସତ୍ୟବାଦୀ ବ୍ଳକ ଅନ୍ତର୍ଗତ କେତକୀପାଟଣା ନୋଡାଲ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠିତ ଉତ୍ସବରେ ମାତୃ ଭାଷାର ପ୍ରସାର ପ୍ରଚାର ସହିତ ଛାତ୍ରଛାତୀ ମାନେ ନିଜର ଭାଷା ପ୍ରତି ସମ୍ମାନ, ଓଡିଆ ଭାଷା ପାଇଁ ମମତା ରହିବା ଦରକାର ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରକାଶ ଚନ୍ଦ୍ର ସ୍ୱାଇଁ କହିଥିଲେ । ସେହିପରି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତୀ ଉମାକାନ୍ତ ନାୟକ, ଦେବକୀ ପ୍ରଧାନ, ରୁମଝୁମ ମହାନ୍ତି, ଭାନୁମତି ମହାପାତ୍ର, ରୁନୁ ବେହେର । ଓ ବୀଣାପାଣି ସାହୁ ପ୍ରମୁଖ ଆଲେଚନା ଯୋଗଦେଇ ନିଜର ମତ ରଖିଥଲେ । ସେହିପରି ସତ୍ୟବାଦୀରେ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ମାନଙ୍କରେ ବିଶ୍ୱ ମାତୃଦିବସ ପାଳିତ ହୋଇଯାଇଛି । ସେହିପରି ସତ୍ୟବାଦୀ ବାଳିକା ଉଚ୍ଚ ବିଦ୍ୟାଳୟରେ ସେହିପରି ବିଶ୍ବ ମାତୃଭାଷା ଦିବସ ପାଳିତ ହୋଇଯାଇଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୨/୨୦୨୨---୬.୫୫
Sakhigopal News, 21/2/2022