ଯାତ୍ରୀଙ୍କ ମାଡରେ ଡ୍ରାଇଭର ଆହତ, ଥାନାରେ ଏତଲା
The driver was injured in the crash, police said
ଭଞ୍ଜନଗର - ତାରସିଂ ଥାନା ଅନ୍ତର୍ଗତ ଗାୟାଗଣ୍ଡା ଗ୍ରାମ ନିକଟରେ , ଏକ ଘରୋଇ ବସ୍ ର ଡ୍ରାଇଭରକୁ ଆକ୍ରମଣ । ଆହତ ଡ୍ରାଇଭର ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣାକୁ ନେଇ ଆହତ ଡ୍ରାଇଭର ତାରସିଂ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାରାସିଂ ଥାନା ପୋଲିସ ୭୯/୨୨ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ପ୍ରଦୀପ୍ତ କୁମାର ଦାଶ କହିଛନ୍ତି । ଖବର ନେବାରେ ଜଣାପଡିଛି ଭୁବନେଶ୍ୱରରୁ ଚନ୍ଦନ ନାମକ ଘରୋଇ ଯାତ୍ରୀବାହି ବସ ଗାୟାଗଣ୍ଡା ଗ୍ରାମକୁ ଆସୁଥିଲା । ଉକ୍ତ ବସ୍ ରେ ଗାୟାଗଣ୍ଡା ଗ୍ରାମର ୨ଯୁବକ ଭୁବନେଶ୍ୱରରୁ ଉକ୍ତ ବସରେ ବସିଥିଲେ । ତେବେ ବସ୍ ରେ ପଛପାଖ ସିଟ୍ ଦିଆଯିବାରୁ , ସଂପୃକ୍ତ ଦୁଇ ଯୁବକ ଓ କଣ୍ଡକ୍ଟର ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ।
ଏହି ଘଟଣାକୁ ନେଇ ବସରେ ବସିଥିବା ଯୁବକମାନେ , ଗାୟାଗଣ୍ଡା ରେ ଥିବା ତାଙ୍କର ସହଯୋଗୀ ମାନକୁ ଫୋନ୍ ରେ ଜଣାଇଥିଲେ । ଵସ୍ ଟି ଗାୟାଗଣ୍ଡା ରେ ପହଞ୍ଚିବା ପରେ , ବସରେ ବସିଥିବା ଦୁଇ ଯୁବକ ଓହ୍ଲାଇଥିଲେ । ସେହି ସମୟରେ ଅପେକ୍ଷା କରିଥିବା କିଛି ଯୁବକ ବସ୍ ର କର୍ମଚାରୀ ଓ ଡ଼୍ରାଇଭର ଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଫଳରେ ଡ୍ରାଇଭର ଗୁରୁତର ଆହତ ହୋଇଥିଲେ । ମାଡ଼ ମାରିଥିବା ଯୁବକ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୨୦/୨/୨୦୨୨--୯,୦୫ Sakhigopal News, 20(5/2022