ଦେଶୀ ବନ୍ଦୁକ ଜବତ; ଦୁଇ ଗିରଫ
Indigenous guns seized; Two arrested
ସାକ୍ଷୀଗୋପାଳ ----- ସତ୍ୟବାଦୀ ଥାନା ପକ୍ଷରୁ ଦୁଇ ଜଣ ଯୁବକଙ୍କ ଠାରୁ ଏକ ଦେଶୀ ବନ୍ଦୁକ ଜବତ କରିବା ସହ ୬୦/୨୨ରେ ଏକ ମାମଲା ରୁଜ କରି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସତ୍ୟବାଦୀ ଥାନା ଅଧିକାରୀ ଦିଲ୍ଲୀପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି । ସୁଚନାଯୋଗ୍ୟ ଯେ କୌଣସି କାରଣକୁ ନେଇ ପାଣିଭଣ୍ଡାର ଗ୍ରାମର ବୁଲୁସିଂହ ସହିତ ସେହି ଗ୍ରାମର ସୁଦାମ ଗୁରୁ ଓ ଚନ୍ଦନପୁର ଥାନା ଅନ୍ତର୍ଗତ କାଳିଆକେରା ଗ୍ରାମରବିଭୁତି ଭୂଷଣ ବେହେରା ପାଟିତୁଣ୍ଡ କରୁଥିଲେ । ମାତ୍ର ରାଗରେ ବୁଲୁ ମୁଣ୍ଡରେ ବନ୍ଦୁକ ଲାଗଇବା ଦେଖି ଗ୍ରାମାବସୀ ମାନେ ସୁଦାମ ଓ ବିଭୁତିକୁ କାବୁ କରି ସତ୍ୟବାଦୀ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ହାତ ତିଆରି ଦେଶୀ ବନ୍ଦୁକ ସହ ଦୁଇଜଣ ଯୁବକଙ୍କୁ ଗିରଫ କରି କୋର୍ଟକୁ ପଠାଇଥିବା ଜଣାପଡିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୨/୨୦୨୨---୬.୫୫
Sakhigopal News, 21/2/2022