Breaking News

ମୁନିନ୍ଦା ପଞ୍ଚାୟତରେ ବିଧାୟକ ସରପଞ୍ଚ ପ୍ରାର୍ଥୀ ନରେନ୍ଦ୍ର ପରିଡାଙ୍କ ପାଇଁ ପ୍ରଚାର କଲେ

 In Muninda Panchayat, MLA Sarpanch campaigned for candidate Narendra Parida.

ଡେଲାଙ୍ଗ ---- ଡେଲାଙ୍ଗ ବ୍ଳକର ମୁନିନ୍ଦା ଗ୍ରାମ ପଞ୍ଚାୟତ ଏକ ନିଆରା ପଞ୍ଚାୟତ । ଏଠାରେ ସରପଞ୍ଚ ତ୍ରିମୁଖୀ ଲଡେଇ ହେବ ବୋଲି ଆଶା କରାଯାଉଛି । ମାତ୍ର ଶୁକ୍ରବାର ସବୁ ଅଙ୍କ କଷା ଭୁଲ ପ୍ରମାଣିତ ହୋଇଯାଇଛି ।  ବିଧାୟକ ନିଜର ସମର୍ଥକଙ୍କ ସହିତ ଜିଲ୍ଲାପରିଷଦ ପ୍ରାର୍ଥୀ ପ୍ରସନ୍ନ ସାହୁ ଓ ମୁନିନ୍ଦା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ନରେନ୍ଦ୍ର ପରିଡାଙ୍କ ସହିତ ସମିତିସଭ୍ୟଙ୍କୁ ସାଙ୍ଗରେ ଧରି ଉକ୍ତ ପଞ୍ଚାୟତରେ ମଟର ସାଇକେଲ ର‌୍ୟାଲି କରିଥିଲେ । ଏବଂ ତାଙ୍କର ପ୍ରାର୍ଥୀ ଭାବେ ଏମାନଙ୍କୁ ଭୋଟ ଦେବା ପାଇଁ ଭୋଟର ମାନଙ୍କ ସହିତ ନିଜ ଦଳୀୟ ଲୋକମାନଙ୍କୁ ନିବଦେନ କରିଛନ୍ତି । ଯାହା ଫଳରେକି ଯେଉଁ ପ୍ରାର୍ଥୀ କହୁଥିଲେ ଆମେ ଦଳୀୟ ପ୍ରାର୍ଥୀ ତାହା ମିଛ ବୋଲି ପ୍ରମାଣିତ ହୋଇଯାଇଛି । ଏବେ ଦଳୀୟ କର୍ମୀ ମାନେ ନରେନ୍ଦ୍ର ପରିଡା ବିଜେଡି ଦଳର ସମର୍ଥକ ସରପଞ୍ଚ ପ୍ରାର୍ଥୀ ବୋଲି ଉକ୍ତ ପଞ୍ଚାୟତରେ ବେଶ ଆଲେଚନା ହେଉଛି । ଯାହା ଫଳରେକି ଶ୍ରୀ ପରିଡାଙ୍କ ଉକ୍ତ ପଞ୍ଚାୟତରେ ପଲା ଭାରି ରହିବ ବୋଲି ରାଜନୈତିକ ମାନେ କହନ୍ତି । ଡେଲାଙ୍ଗରୁ ଧୀରେନ ସେନାପତି, ୧୯/୨/୨୦୨୨---୬,୩୫    Sakhigopal News, 19/2/2022

Blog Archive

Popular Posts