Breaking News

ସତ୍ୟବାଦୀରେ ପୁଲିଂ ପାର୍ଟି ପହଞ୍ଚିଲେ ବୁଥରେ

 Honestly, the pool party arrived at the booth


ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକରେ ୨୦ ତାରିଖ ଦିନ ପଞ୍ଚାୟତ ନିର୍ବାଚନ ହେବ । ୨୪ ଗୋଟି ପଞ୍ଚାୟତରେ ୩୦୫ଟି ବୁଥ ରହିଛି । ରାତିସୁଦ୍ଧା ସମସ୍ତ ବୁଥରେ ପୁଲିଂ ପାର୍ଟି ନିଜ ନିଜରନିର୍ବାଚନୀୟ ସଂକ୍ରାନ୍ତୀୟ କାଗଜପତ୍ର ଧରି ପହଞ୍ଚି ଯାଇଥବା ବ୍ଳକ ନିର୍ବାଚନ ଅଧିକାରୀ କ୍ଷୀରୋଦ କୁମାର ବେହେରାଙ୍କ ଠାରୁ ସୁଚନା ମିଳିଛି । ଅନ୍ୟ ପକ୍ଷେ ପୁଲିଂ ପାର୍ଟିକୁ ସହଯୋଗବା ସଠିକ ସ୍ଥାନରେ ପହଞ୍ଚାଇବା ପାଇଁ ୨୪ ଗୋଟି ସେକ୍ଟର ଅଫିସର ନିଯୁକ୍ତି ହୋଇଛନ୍ତି । ସମସ୍ତଙ୍କୁ ଗୋଟିଏ ଗୋଟିଏ ଗାଡି ଦିଆଯାଇଛି । ପ୍ରତି ପଞ୍ଚାୟତରେ ପୁଲିଂ ପାର୍ଟି ପହଞ୍ଚିବା ମାତ୍ରେ ବ୍ଳକ କଣ୍ଟୋଲ ରୁମକୁ ସେକ୍ଟର ଅଫିସର ମାନେ ଫୋନ ମାଧ୍ୟମରେ ଜଣାଇବେ । ସେହିପରି ସେକ୍ଟର ଅଫିସରକଙ୍କୁ ସହଯୋଗ କରିବା ପାଇଁ ସତ୍ୟବାଦୀ ଥାନା ପକ୍ଷରୁ ବିଭିନ୍ନ ଥାନାରୁ  ଅଧିକାରୀ ମାନେ ନିଯୁକ୍ତି ହୋଇ ଟିମ ଗଠନ କରାଯାଇଛି ବୋଲି ସତ୍ୟବାଦୀ ଥାନା ଆଇଆଇସି ଦିଲ୍ଲୀପ କୁମାର ଧଳଙ୍କ ଠାରୁ ସୁଚନା ମିଳିଛି । ଉତ୍କଳମଣି ଗୋପବନ୍ଧୁ ସ୍କୃତି ମହାବିଦ୍ୟାଳୟ ପରିସରରେ ନିର୍ବାଚନ ପାଇଁ ସ୍ୱତନ୍ତ୍ର ଭାବେ ଷ୍ଟଙ୍ଗରୁମ କରାଯାଇଛି । ପଞ୍ଚାୟତ ନିର୍ବାଚନ ଅଧିକାରୀଙ୍କ ତତ୍ୱବଧାନରେ ସମସ୍ତ ବୁଥ ପାଇଁ ବାଲଟ ପେପର ଓ ଅନ୍ୟ ସମାଗ୍ରୀ ଏଠାରେ ପହଞ୍ଚିଥିଲା । ଏପିଡି ପୁରୀ ରଶ୍ମିରେଖା ଦାଶ ନୋଡାଲ ଅଫିସର , ତହସିଲଦାର ଜୟନ୍ତ କୁମାର ଜୟସିଂ, ଅତିରିକ୍ତ ତହସିଲଦାର,  ବ୍ଳକର ସହକାରୀ ଯନ୍ତ୍ରୀ ବିଶ୍ୱମୋହନ ପଟ୍ଟନାକୟ, ବଡବାବୁ ପ୍ରଫୁଲ ବେହେରା, ବ୍ଳକର ଭାରପ୍ରାପ୍ତ ପଞ୍ଚାୟତ ନିର୍ବାଚନ ଅଧିକାରୀ ସୌଭାଗ୍ୟ ରଞ୍ଜନ କର, ବ୍ଳକ ଯୋଗାଣ ବିଭାଗର ଅଧିକାରିଣୀ ଜୟନ୍ତୀ ହରିଚନ୍ଦନଙ୍କ ସହିତ ବ୍ଳକରସମସ୍ତ କର୍ମଚାରୀ ମାନେ ସେଠାରେ ଉପସ୍ଥିତ ରହି ପୁଲିଂ ପାର୍ଟିଙ୍କୁ ବୁଥକୁ ପଠେଇବାରେସହଯୋଗ କରିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୮/୨/୨୦୨୨----୧୦,୫୦,

 Sakhigopal News, 18/2/2022

Blog Archive

Popular Posts