Breaking News

ବାଲିବାଟି ମଠରେ ଅଷ୍ଟପ୍ରହରୀ ନାମଯଜ୍ଞର ପୂର୍ଣ୍ଣାହୂତି

Balibati monastery celebrates Ashtaprahari Namayajna


ସାକ୍ଷୀଗୋପାଳ---- ସାକ୍ଷୀଗୋପାଳ ବସଷ୍ଟାଣ୍ଡ ନିକଟରେ ଥିବା  ବାଲିବାଟି ମଠ ତଥା କାଞ୍ଜିଆ ମେଳଣ ପଡିଆ ପରିସରରେ ରେ କାହିଁ କେଉଁ କାଳରୁ ଅଖଣ୍ଡ ନାମଯଜ୍ଞ ଅନୁଷ୍ଠିତ ହୋଇଆସୁଛି । ଏ ବର୍ଷ ମଧ୍ୟ ଅଷ୍ଟପ୍ରହରୀ ଓ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମଠକୁ ଫୁଲ ଓ ରଙ୍ଗବେରଙ୍ଗ ଜରି ଜମ୍ବୁରା, କଦଳୀଗଛ, ଆମ୍ବଡାଳରେ ସଜାଯାଇଛି । କର୍ତ୍ତାଭାବେ ରମେଶ ଚନ୍ଦ୍ର ଦାସ ଓ କର୍ତ୍ତୀ ଭାବେମମତା ଦାସ ରହିଥିବା ବେଳେ ପୂଜକ ପର୍ଶୁରାମ ପଣ୍ଡା, ବ୍ୟାସ ବାବା ଅଜୁର୍ନ ଦାଶ କାର୍ଯ୍ୟ ସମାପନ୍ନ କରିଥିଲେ । ଆୟୋଜକ ଥିଲେ ବାବା ନବକିଶୋର ଗୌଡ ଓ ପତିତପାବନ ମଠ ସଭ୍ୟବୃନ୍ଦ ମାନେ ସହଯୋଗ କରିଥିଲେ । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୧୩/୨/୨୦୨୨---୯.୨୫    Sakhigopal News, 13/2/2022

Blog Archive

Popular Posts