Breaking News

କୁଷ୍ଟ ରୋଗୀ ସ୍ଵର୍ଗତ ଫକିର ହାତୀ ଙ୍କ ଦଶାହ କାଯ୍ୟ କଲା ଜନ କଲ୍ୟାଣ ସେବା ଟ୍ରଷ୍ଟ

Leprosy Patient Swargat Fakir Elephant's Dashah Works Jan Kalyan Sewa Trust

ବରଗଡ଼ -ଆଜି ବରଗଡ଼ ର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଜନ କଲ୍ୟାଣ ସେବା ଟ୍ରଷ୍ଟ ପକ୍ଷରୁ ଅତାବିରା ଝାଇଯୋର କୁଷ୍ଠ କଲୋନୀ ରେ ଦିର୍ଘ ବର୍ଷ ଧରି ରହୁଥିବା ଫକିର ହାତି ଙ୍କ ଦେହାନ୍ତ ହୋଇଥିଲା ।  ଖବର ପାଇ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସଭାପତି ଓ ଆଜୀବନ ସଦସ୍ୟ ମାନେ ଏକ ନିରବ ପ୍ରାର୍ଥନା କରିବା  ସହ ଶ୍ରଦ୍ଧାଞ୍ଜଳି ଦେଇଥିଲେ ।ଆଜି  ହିନ୍ଧୁ ରିତିରେ ପଣ୍ଡିତ ଧରି ଦଶାହ କାଯ୍ୟ ଜନ କଲ୍ୟାଣ ସେବା ଟ୍ରଷ୍ଟ ର ସମସ୍ତ ସହଯୋଗୀ ମାନଙ୍କ ଦ୍ଵାରା କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ରେ ଅତାବିରା ମଣ୍ଡଳ ର ସଭାପତି ଶ୍ରୀ ପ୍ରଦୀପ କୁମାର ମହାପାତ୍ର ଓ ସମସ୍ତ ମହିଲା ଗୃପ ସହ ଅନୁଷ୍ଠାନ ର ଉପ ସଭାପତି ଶ୍ରୀ ଧର୍ମ ରାଜ ପ୍ରଧାନ ,ଡା ଅଜିତ କୁମାର ବାରିକ,ଡା ଅଜିତ ନାଥ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତାବିରା ଜଣାଶୁଣା ଡଃ ତ୍ରିବିକ୍ରମ ଦାସ, ମୁକୁନ୍ଧ ମିଶ୍ର,  ସାମ୍ବାଦିକ ଭବାନୀ ଶଙ୍କର ପାଢୀ, ଅନିଲ ପ୍ରଧାନ, ଶ୍ୟାମ ମେହେର ଆର୍ଥିକ ସହାୟତା ପ୍ରଦାନ କରିଥିଲେ ମୁକୁନ୍ଦ ଦାଶ ସମସ୍ତ ଶୁଦ୍ଧିକ୍ରିୟା ରେ ସମସ୍ତ କର୍ମ କରିଥିଲେ। 
ଅନ୍ୟମାନଙ୍କ ମଧ୍ୟରେ ସତ୍ୟବତୀ ମହାପାତ୍ର ଓ ସାଥୀ ସହଯୋଗ କରିଥିଲେ। ପ୍ରକାଶ ଥାଉକି ଫକିର ଜନ କଲ୍ୟାଣ  ସେବା ଟ୍ରଷ୍ଟ ରେ ଅନେକ ଗୁଡିଏ ସାମାଜିକ କାର୍ଯ୍ୟକ୍ରମ ରେ ଜଡିତ ଥିଲେ ଜଣେ କୁଷ୍ଠ ରୋଗୀ ହେଲେ ମଧ୍ୟ କଲୋନୀକୁ ନିଜେ ଚଲାଉଥିଲେ। ଏହି କାର୍ଯ୍ୟକ୍ରମରେ ପାଇଁ ଜନ କଲ୍ୟାଣ ସେବା ଟ୍ରଷ୍ଟ କୁ ବିଭିନ୍ନ ମହଲରେ ପ୍ରଶଂସା ର ସୁଅ ଛୁଟିଛି। ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୧୦/୨/୨୦୨୨----୭,୫୫ , Sakhigopal News,10/2/2022

Blog Archive

Popular Posts